Advertisment

ଗୋଡ଼ାଇ ଗୋଡ଼ାଇ ପୁଲିସ୍‌ କର୍ମଚାରୀଙ୍କୁ ହାଣିଲା, କାମୁଡ଼ିଲା!

ପୁରୁଣା ମାମଲାରେ ଛନ୍ଦି ହୋଇପଡ଼ିଥିଲା ନୀଳଗିରି ଥାନା ପୁଲିସ୍‌ ଜାମ୍ବୁଡ଼ି ସାହିର ପଦ୍ମଲୋଚନ ପାତ୍ର। କୋର୍ଟରେ ହାଜର ପାଇଁ ଆଜି ତାଙ୍କୁ ନୋଟିସ୍‌ ହୋଇଥିଲା। ଗ୍ରାମରକ୍ଷୀ କୋର୍ଟ ନୋଟିସ୍‌ ନେଇ ପଦ୍ମଲୋଚନଙ୍କ ଘରକୁ ଯାଇଥିଲେ।

author-image
Manoranjan Sial
Balasore

Balasore

ପୁଲିସ୍‌କୁ ଦେଖି ହାଣିବା ପାଇଁ କଟୁରି ଧରି ଗୋଡ଼ାଇଲା। ହାବୁଡ଼ରେ ଯାହାକୁ ପାଇଲା, ତାକୁ ହାଣିଲା ଓ କାମୁଡ଼ିଲା। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ। ଆକ୍ରମଣରେ ଶିକାର ହେଲେ ମଧ୍ୟ ବହୁ କଷ୍ଟରେ ପୁଲିସ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣିଛି। ପୂର୍ବରୁ ଅର୍ଥାତ ୨୦୨୧ ମିସହାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଆକ୍ରମଣରେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ।

Advertisment

ପୁରୁଣା ମାମଲାରେ ଛନ୍ଦି ହୋଇପଡ଼ିଥିଲା ନୀଳଗିରି ଥାନା ପୁଲିସ୍‌ ଜାମ୍ବୁଡ଼ି ସାହିର ପଦ୍ମଲୋଚନ ପାତ୍ର। କୋର୍ଟରେ ହାଜର ପାଇଁ ଆଜି ତାଙ୍କୁ ନୋଟିସ୍‌ ହୋଇଥିଲା। ଗ୍ରାମରକ୍ଷୀ କୋର୍ଟ ନୋଟିସ୍‌ ନେଇ ପଦ୍ମଲୋଚନଙ୍କ ଘରକୁ ଯାଇଥିଲେ। କୋର୍ଟଙ୍କ ନୋଟିସ୍‌ ଦେଖି ରାଗି ଯାଇଥିଲେ ପଦ୍ମଲୋଚନ। ସେ ନୋଟିସ୍‌ ଗ୍ରହଣ କରିବା ପରିବର୍ତ୍ତେ ଗ୍ରାମରକ୍ଷୀଙ୍କୁ ଗାଳି ଗୁଲଜ କରିଥିଲା। ଏପରିକି ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା।

ଜୀବନ ବିକାଳରେ ଗ୍ରାମରକ୍ଷୀ ଦୌଡ଼ି ପଳାଇ ଯାଇଥିଲେ। ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଗାଁକୁ ଆସିଥିଲା। ଜଣେ ଏସ୍‌ଆଇ ଓ ୨ ଜଣେ ଏଏସ୍‌ଆଇଙ୍କ ସମେତ ୬ରୁ ଅଧିକ ପୁଲିସ୍‌ କର୍ମଚାରୀ ଯାଇଥିଲେ। ପୁଲିସ୍‌କୁ ଦେଖି ତାତି ଯାଇଥିଲା ପଦ୍ମଲୋଚନ। ହାତରେ କଟୁରି ଧରି ଆକ୍ରମଣ କରିବା ପାଇଁ ପୁଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ହାବୁଡ଼ରେ ଯାହାକୁ ପାଇଲା, କାହାକୁ ହାଣିଲା ତ ଆଉ କାହାକୁ କାମୁଡ଼ି ପକାଇଲା। ଫଳରେ ୫ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନେ ଡିସ୍‌ଚାର୍ଜ ହୋଇଛନ୍ତି। ପୁଲିସ୍‌ ବହୁ କଷ୍ଟରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣିଛି।

Advertisment

ପୂର୍ବରୁ ମଧ୍ୟ ପଦ୍ମଲୋଚନ ଏମିତି ପୁଲିସ୍‌କୁ ଆକ୍ରମଣ କରିଥିଲା। ୨୦୨୧ ମସିହାରେ ସେ ପୁଲିସ୍‌କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଜଣେ ପେଶାଦାର ଅଭିଯୁକ୍ତ ବିରୋଧରେ ପୁଲିସ୍‌ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore Crime Crime Story