Advertisment

ହୋଟେଲର ବନ୍ଦ କୋଠରୀରୁ ଶୁଭିଲା ମହିଳାଙ୍କ ଚିତ୍କାର

ପୁଲିସ୍‌ ହୋଟେଲ୍‌ରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍‌ ହୋଟେଲ୍‌ରେ ପଶି ସମ୍ପୃକ୍ତ ଯୁବକକୁ ପ୍ରଥମେ କାବୁ କରିଥିଲା। ତା’ପରେ ମହିଳାଙ୍କୁ ଉଦ୍ଧାର କରିଥିଲା। ହୋଟେଲ୍‌ ରୁମ୍‌ରୁ ଗୋଟିଏ ତେଲେଙ୍ଗା କଟୁରୀ ଓ ଧାରୁଆ ଛୁରୀ ଜବତ କରିଥିଲା।

Woman

Woman

Advertisment

ହୋଟେଲ୍‌ର ବନ୍ଦ କୋଠରୀରୁ ଶୁଭିଲା ଜଣେ ମହିଳାଙ୍କ ଚିତ୍କାର। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଲିସ୍‌ ରୁମ୍‌ରୁ ମହିଳାଙ୍କ ସମେତ ଜଣେ ପୁରୁଷଙ୍କୁ ଉଦ୍ଧାର କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ ହୋଟେଲ୍‌ରେ କ’ଣ କରୁଥିଲେ? ମହିଳା ଜଣକ କାହିଁକି ଚିତ୍କାର କରିଥିଲେ।

Advertisment

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବ୍ଲକ୍‌ ଛକ ନିକଟରେ ଥିବା ଏକ ହୋଟେଲ ଭିତରୁ ଜଣେ ମହିଳା ଚିତ୍କାର କରିଥିଲେ। ରକ୍ଷା କରିବା ପାଇଁ ମହିଳା କହିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ତେବେ ବନ୍ଦ କୋଠରୀ ଭିତରେ ମହିଳାଙ୍କ ସହିତ ଜଣେ ପୁରୁଷ ଥିବା ଦେଖି ଫେରି ଆସିଥିଲେ। ପରେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ ସ୍ଥାନୀୟ ଲୋକ।

ଖବର ପାଇଁ ପୁଲିସ୍‌ ହୋଟେଲ୍‌ରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍‌ ହୋଟେଲ୍‌ରେ ପଶି ସମ୍ପୃକ୍ତ ଯୁବକକୁ ପ୍ରଥମେ କାବୁ କରିଥିଲା। ତା’ପରେ ମହିଳାଙ୍କୁ ଉଦ୍ଧାର କରିଥିଲା। ହୋଟେଲ୍‌ ରୁମ୍‌ରୁ ଗୋଟିଏ ତେଲେଙ୍ଗା କଟୁରୀ ଓ ଧାରୁଆ ଛୁରୀ ଜବତ କରିଥିଲା। ଉଭୟଙ୍କୁ ଥାନାକୁ ନେଇ ପୁଲିସ୍‌ ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ ଯୁବକଙ୍କ ଘର ତେଲେଙ୍ଗାନାରେ ବୋଲି ଜଣାପଡ଼ିଛି। ସେମାନଙ୍କ ପାଖରୁ ଗୋଟିଏ ନୋଟାରୀ ମ୍ୟାରେଜ ସାର୍ଟିଫିକେଟ୍‌ ମିଳିଛି। ସେଥିରେ ସେମାନେ ମ୍ୟାରେଜ କରିଥିବା ଅନୁମାନ କରାଯାଉଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଉଭୟ ମ୍ୟାରେଜ କରିଥିଲେ, ତାହାହେଲେ ସେଠାକୁ ଯାଇଥିଲେ କାହିଁକି? ହୋଟେଲ ଭିତରେ ମହିଳା ଜଣକ ଚିତ୍କାର କାହିଁକି କରୁଥିଲେ? ହେଲେ ପୁଲିସ ଏନେଇ ମୁହଁ ଖୋଲୁନାହିଁ।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe