Advertisment

ମୁହଁ ବୁଡ଼େଇ ଖାଇଛନ୍ତି ନେତା ଓ ଅଫିସ୍‌ର; କଂକ୍ରିଟ ରାସ୍ତା ତିଆରି ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍

ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତରେ ଏହି ଦୁର୍ନୀତି ହୋଇଛି।

ଅଦ୍ୟତନ ହୋଇଛି
road

road

Advertisment

ମୁହଁ ବୁଡ଼େଇ ଖାଇଛନ୍ତି ନେତା, ଅଫିସ୍‌ର, ଠିକାଦାର। କଂକ୍ରିଟ ରାସ୍ତା ହୋଇନି। ହେଲେ ହୋଇଥିବା ଦର୍ଶାଇ ସରକାରୀ ପାଣ୍ଠି ହଡ଼ପ ହୋଇଯାଇଛି। ପଞ୍ଚାୟତ ଗୃହ ଓ ଗୋଦାମ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ହେଲେ ଏସବୁ ମରାମତି ନାମରେ ବିଲ୍‌ କରି ହଡ଼ପ କରିନେଇଛନ୍ତି ଟଙ୍କା। ଗୋଟିଏ ପଞ୍ଚାୟତରେ ଏଭଳି ୯ଟି ପ୍ରକଳ୍ପ କାମ କରା ନ ଯାଇ ଟଙ୍କା ହଡ଼ପ ହୋଇଥିବା ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟ ଆଧାରରେ ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ। ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତରେ ଏହି ଦୁର୍ନୀତି ହୋଇଛି।

Advertisment

ସରକାରୀ ଟଙ୍କାକୁ ତତ୍କାଳିନ ପିଇଓ, ସରପଞ୍ଚ, ବିଡିଓ ଓ କାମ ନେଇଥିବା ଠିକାଦାର ମିଳିମିଶି ବାଟମାରଣା କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଜିଲ୍ଲାପାଳ ଓ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ବାତ୍ୟା ଅମ୍ଫାନ, ତିତିଲି ଓ ୟାସରେ ରାସ୍ତା କ୍ଷୟକ୍ଷତି ହୋଇଥିବା ଦର୍ଶାଇ ମରାମତି ନାମରେ ଅନେକ ବିଲ କରି ଟଙ୍କା ଠକେଇ ମଧ୍ୟ ହୋଇଛି।

GP Officeପଞ୍ଚାୟତ ଗୋଦାମ ଗୃହ ମରାମତି ନାମରେ ହରିଲୁଟ

ପଞ୍ଚାୟତର କିଶୋର କୁମାର ଦାସ ସୂଚନା ଅଧିକାର ବଳରେ ପାଇଥିବା ତଥ୍ୟ ମୁତାବକ, ଏହି ପଞ୍ଚାୟତର ୯ ଗୋଟି ପ୍ରକଳ୍ପ କାରିବା ନାମରେ ପାଖାପାଖି ୧୫ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି।

Advertisment

ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ମହାନ୍ତି ଓ ପୂର୍ଣଚନ୍ଦ୍ର ଦାସ କହିଛନ୍ତି, କିଛି ବର୍ଷ ତଳେ ପଞ୍ଚାୟତ ଗୃହ ମରାମତି ବାବଦରେ ୧ ଲକ୍ଷ ଓ ପଞ୍ଚାୟତର ଗୋଦାମ ଗୃହ ମରାମତି ବାବଦରେ ୧ ଲକ୍ଷ ଟଙ୍କା ଆସିଥିଲା। ହେଲେ ଏହାର ଉପଯୋଗ ନ ହୋଇ ବିଲ୍ କରି ଟଙ୍କା ଉଠାଇ ନିଆଯାଇଛି। ସେହିପରି ୨ଟି କମ୍ୟୁନିଟି ହଲ ତିଆରି ନହୋଇ ୩ ଲକ୍ଷ ୫୦ ହଜାର ଟଙ୍କା, ପିଲାଙ୍କ ପାର୍କ ଉନ୍ନତିକରଣ ନାଁରେ ୨ ଲକ୍ଷ ୫୦ହଜାର ଟଙ୍କା, ୪ଟି ରାସ୍ତା ମରାମତି ନାଁରେ ୪ଲକ୍ଷ ୮୦ ହଜାର ଟଙ୍କା ହଡ଼କ କରାଯାଇଛି। ଏହି ପ୍ରକଳ୍ପର କୌଣସି କାମ ନକରି ବିଲ ହୋଇଛି l

GP Officeପଞ୍ଚାୟତ ଅଫିସ୍‌ ମରାମତି ନାମରେ ହରିଲୁଟ

ମୁରୁଣା ପଞ୍ଚାୟତ ସମିତିସଭ୍ୟ ଗୋପିକାନ୍ତ ମହାନ୍ତି କହିଛନ୍ତି, ଏଠାରେ ପୂର୍ବରୁ ଥିବା ସରପଞ୍ଚ ଶାସକ ଦଳର ଥିବା ବେଳେ ସରକାରୀ କର୍ମଚାରୀଙ୍କୁ ହାତ କରି ବିଲ ଉଠାଇ ନେଇଛନ୍ତି। ପ୍ରାୟ ୯ ପ୍ରକଳ୍ପରେ ହଡ଼ପ ହୋଇଥିବାର ତଥ୍ୟ ଆରଟିଆଇ ସୂଚନାରୁ ମିଳିଛି। ଖୁବ୍‌ଶୀଘ୍ର ଆଉକିଛି ତଥ୍ୟ ଆରଟିଆଇ ସୂଚନା ହସ୍ତଗତ ହେବା ପରେ ବହୁ ଦୁର୍ନୀତି ଧରାପଡ଼ିବ। ଏହି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ କରିବା ନାମରେ ପ୍ରାୟ ୭୦ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅନୁମାନ କରାଯାଉଛି। ଏ ବାବଦରେ ବାଲେଶ୍ୱର ଜିଲ୍ଲପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି। ଜିଲ୍ଲାପାଳ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

ବିଜେପି ନେତା ପଦ୍ମଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଜ୍ୟରେ କ୍ଷମତାରେ ଥିବା ଶାସକ ଦଳ ସରକାରୀ କଳ ଓ ନିଜ ଜନପ୍ରତିନିଧିଙ୍କୁ ଲଗାଇ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କାକୁ ଆତ୍ମସାତ କରୁଛନ୍ତି। ଯାହା ସୂଚନା ଅଧିକାର ଆଇନ ବଳରେ ଖୁଲାସା ହୋଇଛି।

GP roadପଞ୍ଚାୟତରେ ରାସ୍ତା ନିର୍ମାଣ ନାମରେ ହରିଲୁଟ

ଏନେଇ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି, ଜଣେ ଅଫିସରଙ୍କୁ ନିଯୁକ୍ତିଦେଇ ଏହାର ତଦନ୍ତ କରାଯିବ। ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Secret Government Mgnrga Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe