Advertisment

ଶକ୍ତି ମନ୍ତ୍ରୀଙ୍କ ସଭାରେ କଟିଗଲା କରେଣ୍ଟ

କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ବାହାନଗା ବାସୀ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ବିଦ୍ୟୁତ କାଟ ନେଇ ଚର୍ଚ୍ଚା ଜୋର ଧରିବା ପରେ ରାଜ୍ୟରେ ପାୱାର କଟ୍ ନହେଁ, ପାୱାର ଟ୍ରିପ୍ ହେଉଛି ବୋଲି କହିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ହେଲେ ଆଜି ଶକ୍ତି ମନ୍ତ୍ରୀ ବାଲେଶ୍ୱରର ବାହାନଗାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଚାଲିଯାଇଥିଲା ବିଦ୍ୟୁତ୍‌। ଏନେଇ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କିଛି ଉତ୍ତର ନ ଦେଇ ବୁମ୍‌କୁ ହାତରେ ଏଡେଇ ଦେଇ ଚାଲିଯାଇଥିଲେ। 

Advertisment

ଜୁନ ୨ ତାରିଖରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ବାହାନଗାବାସୀ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଶକ୍ତି ମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଜି ଯୋଗ ଦେଇଥିଲେ। ସଭା କାର୍ଯ୍ୟକ୍ରମ ଆରମ୍ଭରୁ ଲାଇନ କଟିଯାଇଥିଲା। ଏହି ସମୟରେ ମନ୍ତ୍ରୀ ମଞ୍ଚ ଉପରେ ଉପସ୍ଥିତି ଥିଲେ। ଜେନେରେଟର ଦ୍ୱାରା ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମନ୍ତ୍ରୀ ଷ୍ଟେଜରେ ଥିବା ପର୍ଯ୍ୟନ୍ତ ଲାଇନ ଆସି ନଥିଲା। ମନ୍ତ୍ରୀ ଷ୍ଟେଜରୁ ଓହ୍ଲାଇ ଆସିବା ପରେ ପ୍ରାୟ ଅଧ ଘଣ୍ଟା ପରେ ଲାଇନ ଆସିଥିଲା।

ଏହି ଘଟଣାକୁ ନେଇ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କିଛି ଲୋକ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ ଆଉ କିଛି ଲୋକ ଏହାକୁ ଛି ଛାକର କରିଥିଲେ। ବିଦ୍ୟୁତ କାଟ ନେଇ ନିଜେ ଶକ୍ତି ମନ୍ତ୍ରୀ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

Advertisment

କାଳବୈଶାଖୀ ହେଲେ ବିଦ୍ୟୁତ କାଟ୍ ହୁଏ ବୋଲି କିଛି ଦିନ ତଳେ ଶକ୍ତି ମନ୍ତ୍ରୀ କହିଥିଲେ। କାଳବୈଶାଖୀ ନ ଥାଇ ପାଗ ଭଲ ଥିବା ସତ୍ତ୍ୱେ ଶକ୍ତି ମନ୍ତ୍ରୀ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ କାହିଁକି ବିଦ୍ୟୁତ କାଟ ହେଲା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ବିଦ୍ୟୁତ କାଟକୁ ନେଇ ଆଜି ଛାତ୍ର କଂଗ୍ରେସ ଶକ୍ତି ମନ୍ତ୍ରୀଙ୍କ ବାସ ଭବନରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଛାତ୍ର କଂଗ୍ରେସ ସଦସ୍ୟମାନେ ଶକ୍ତ ମନ୍ତ୍ରୀ ବାସଭବନଙ୍କ ଉପରକୁ ଟମାଟୋ ମାଡ଼ କରିଥିଲା।

Balasore Train Accident Power Cuts
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe