Advertisment

ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ମାମଲା: ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

ସେପଟେ ବାବୁରାମଙ୍କ ଆର୍ଥିକ ଉତ୍ସ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Senior official of DRDO

Senior official of DRDO

ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମ ଦେକୁ ୪ ଦିନିଆ ରିମାଣ୍ଡରେ ନେଲା ବାଲେଶ୍ୱର ପୁଲିସ୍। ବାବୁ ଆଇଟିଆରରେ ଟେକ୍ନିକାଲ ଅଫିସର ରହିଛନ୍ତି। ଆଜି ଜେଏମଏଫସିର ସିଟି କୋର୍ଟରେ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ। ତେବେ ଏସ୍‌ଡିଜେଏମ୍ ୪ ଦିନ ରିମାଣ୍ଡକୁ ମଞ୍ଜୁର କରିଥିଲେ।

Advertisment

ରିମାଣ୍ଡରେ ନେବା ପରେ ପୁଲିସ ଏହି ମାମଲାରେ ଅଧିକ ଖୋଳତାଡ଼ କରିବା ନିମନ୍ତେ ବାବୁରାମକୁ ପଚରାଉଚରା କରିବ। ସେ ୱାଟ୍‌ସ ଆପ୍‌ ଯୋଗେ ତଥ୍ୟ ଦେଇଥିବା ମହିଳାଙ୍କ ଘର, ସମ୍ପତ୍ତି ପଚାରି ବୁଝିବ। ଏଥିସହ ଆଉ କେଉଁମାନେ ତାଙ୍କ ସହ ଲିଙ୍କରେ ଥିଲେ ପୁଲିସ ପଚରାଉଚରା କରିପାରେ।

ସେପଟେ ବାବୁରାମଙ୍କ ଆର୍ଥିକ ଉତ୍ସ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଏସ୍‌ପି ସଗରିକା ନାଥ ସୂଚନା ଦେଇଛନ୍ତି। ବାବୁରାମଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ପାଇବା ନିମନ୍ତେ ଦୁଇଟି ବ୍ୟାଙ୍କରେ ନିବେଦନ କରାଯାଇଛି। ସେହିପରି ବାବୁରାମଙ୍କ ଘର ଜଳେଶ୍ୱରରେ ହୋଇଥିବାରୁ ତାଙ୍କ ଜମିବାଡ଼ି ବିଷୟରେ ଜାଣିବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ତଥ୍ୟ ମଗାଯାଇଛି। ତଥ୍ୟ ମିଳିବା ପରେ ମାମଲାର ଅଧିକ ଖୁଲାସା ହେବ ବୋଲି ଏସ୍‌ପି କହିଛନ୍ତି।

Advertisment

ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଓ ଅଫିସିଆଲ ସିକ୍ରେଟ୍ ଆକ୍ଟ ବ୍ରିଚ୍ ଭଳି ସଙ୍ଗୀନ ଧାରା ଲାଗିଛିା ସେ ହନିଟ୍ରାପରେ ପଡ଼ି ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଅଭିଯୋଗ ରହିଛି।

ସେପଟେ ବାବୁରାମ ନିର୍ଦ୍ଦୋଷ ଓ ତାଙ୍କୁ ଫସେଇ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କୋର୍ଟରେ ନିବେଦନ କରିଛନ୍ତି।

ସୂଚନା ଥାଉକି, ୩ ଦିନ ତଳୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ଏକ ଟିମ୍ ବାବୁରାମଙ୍କ ଉପରେ ନଜର ରଖିଥିଲା। ତାଙ୍କୁ ଗତକାଲି ବାଲେଶ୍ୱର ପୁଲିସ ଗିରଫ କରିଥିଲା।

DRDO Data Breach Case