/odisha-reporter/media/post_attachments/uploadimage/library/16_9/16_9_0/Student_1688392958.jpg)
Student
ରସିକିଆ ବିଜ୍ଞାନ ଶିକ୍ଷକ! ଟ୍ୟୁସନ୍ ହେବାକୁ ଆସୁଥିବା ଛାତ୍ରୀଙ୍କୁ ଏକୁଟିଆ ରୁମ୍ ଭିତରକୁ ଡାକୁଥିଲେ। ଅସଦାଚରଣ କରୁଥିଲେ। କାହାକୁ ନକହିବା ପାଇଁ ଗୀତା ଛୁଆଁଇ ଛାତ୍ରୀଙ୍କୁ ଶପଥ କରାଉଥିଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ।
ଜଳେଶ୍ୱର ବ୍ଲକ୍ ଅଞ୍ଚଳର ରସିକିଆ ଶିକ୍ଷକ ଦେବା(ଛଦ୍ମନାମ)। ସେ ଏକ ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ୱେ ସେ ନିଜ ଘରେ ‘ମାଆ ଶକୁନ୍ତଳା ଶିକ୍ଷାକେନ୍ଦ୍ର’ ନାଁରେ ଏକ କୋଚିଂ ସେଣ୍ଟର ଖୋଲିଛନ୍ତି। ସେଠାରେ ସେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ାଉଛନ୍ତି। ପାଠ ପଢ଼ାଇବା ବାହାନାରେ ସାର୍ ଦୀର୍ଘଦିନ ହେଲା ଛାତ୍ରୀମାନଙ୍କୁ ତାଙ୍କ ରୁମ୍କୁ ଡାକି ଅସାଦାଚରଣ କରୁଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ ଗୀତା ଛୁଆଁଇ ଛାତ୍ରୀମାନଙ୍କୁ ଶପଥ କରାଉଥିବା ଅଭିଯୋଗ ହୋଇଛି।
ଗୀତା ଛୁଇଁ ଶପଥ କରୁଥିବାରୁ ଛାତ୍ରୀମାନେ ଘଟଣା ସମ୍ପର୍କରେ କାହାକୁ କହୁଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀମାନେ ବାଧ୍ୟ ହୋଇ ନିଜ ବାପା-ମାଆଙ୍କୁ କହିଥିଲେ। ଏହା ପରେ ଘଟଣା ପ୍ରଘଟ ହୋଇଥିଲା। ଅଭିଭାବକମାନେ ଏହି ଅଭିଯୋଗ ନେଇ ଶିକ୍ଷକଙ୍କ ପାଖରେ ପହଞ୍ଚିଥିଲେ। ଯେଉଁପାଇଁ ସେ ଭୁଲ୍ ମାଗିଥିଲେ। ଏପରିକି ଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ।
ଗତ ୨୮ ତାରିଖରେ ଦୀର୍ଘ ଦିନର ପୁଞ୍ଜିଭୁତ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ରସିକିଆ ଶିକ୍ଷକଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଅଭିଭାବକ ଓ ଗାଁ ଲୋକେ କୋଚିଂ ସେଣ୍ଟର ଘେରି ଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ସେପଟେ ଆଜି ଜଳେଶ୍ୱର ବ୍ଲକ ଅଫିସ୍ରେ ହୋଇଥିଲା ଜିଲ୍ଲାପାଳଙ୍କ ଜନଶୁଣୀ ଥିଲା। ଏଥିରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜନ ଶୁଣାଣୀ ପରେ ଗଣମାଧ୍ୟମ ପ୍ରତିନିଧିମାନେ ଅସଦାଚରଣ ନେଇ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ କହିଥିଲେ, ଘଟଣାର ଯଦି ସତ୍ୟାସତ୍ୟ ଥିବ, ତାହାହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଜିଲ୍ଲା ଶିକ୍ଷାଅଧିକାରୀ ବିଷ୍ଣୁ ଚରଣ ସୂତାର କହିଛନ୍ତି, ଘଟଣା ତଦନ୍ତ କରି ଖୁବ୍ଶୀଘ୍ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
