Advertisment

ଦେହ ବେପାରରେ ଲାଗିଥିଲେ ବେଙ୍ଗଲୀ ତରୁଣୀ!

ବାହା ହେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବେଙ୍ଗଲୀ ତରୁଣୀଙ୍କୁ ଆଣୁଥିଲେ। ମିଥ୍ୟା କାଗଜପତ୍ର କରି ବିବାହ କରୁଥିଲେ। ପରେ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିଲା। ଯୁବତୀମାନଙ୍କୁ ଗ୍ରାହକଙ୍କ ପାଖକୁ ପଠାଉଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Sex Racket

Sex Racket

ପ୍ରଲୋଭନ ଦେଖାଇ ବେଙ୍ଗଲୀ ତରୁଣୀଙ୍କୁ ଓଡ଼ିଶା ଆଣୁଥିଲେ! ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଉଥିଲେ। ଆଉ ଗ୍ରାହକଙ୍କ ପାଖକୁ ପଠାଉଥିଲେ। ଆଜି ଏପରି ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ବାଲେଶ୍ୱର ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ସେକ୍ସ କାରବାରରେ ନିୟୋଜିତ ଯୁବତୀଙ୍କୁ ଉଦ୍ଧାର କରିଛି। ଏହାର ଚେର ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଭାୟା ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ୱିଛି।

Advertisment

ଅଭିଯୋଗରୁ ପ୍ରକାଶ, ବାହା ହେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବେଙ୍ଗଲୀ ତରୁଣୀଙ୍କୁ ଆଣୁଥିଲେ। ମିଥ୍ୟା କାଗଜପତ୍ର କରି ବିବାହ କରୁଥିଲେ। ପରେ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିଲେ। ଯୁବତୀମାନଙ୍କୁ ଗ୍ରାହକଙ୍କ ପାଖକୁ ପଠାଉଥିଲେ। ସେଥିରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ସେହି ଅର୍ଥରେ ଅୟସ କରୁଥିଲେ ସେକ୍ସ ଦଲାଲ୍‌। ପଶ୍ଚିମବଙ୍ଗ ପୁଲିସ୍‌ଠାରୁ ଖବର ପାଇ ବାଲେଶ୍ୱର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେଥିପାଇଁ ଗୋଟିଏ ଟିମ୍‌ ପଶ୍ଚିମବଙ୍ଗ ଯାଇଥିଲା। ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା। ଏହା ପରେ ପୁଲିସ୍‌ ବାଲେଶ୍ୱର, ବସ୍ତା ଓ ସିଙ୍ଗଲାରେ ଚଢ଼ଉ କରି ଜଣେ ପୀଡ଼ିତାକୁ ଉଦ୍ଧାର କରିଥିଲା।

ପୀଡ଼ିତାଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ଖୋର୍ଦ୍ଧା ଅଞ୍ଚଳରୁ ଆଉ ଜଣେ ପୀଡ଼ିତାଙ୍କୁ ଉଦ୍ଧାର କରିଛି। ପୁଲିସ୍‌ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୩ ଜଣ ଗ୍ରହକଙ୍କୁ ଗିରଫ କରିଛି। ପୂର୍ବରୁ ମାଷ୍ଟରମାଇଣ୍ଡ ଲିଙ୍କନ ସାହୁକୁ ବାନ୍ଧିଥିଲା ପୁଲିସ। ଅନ୍ୟପକ୍ଷରେ ଦେହ ବ୍ୟବସାୟରେ ଲିପ୍ତଥିବା ଯୁବତୀମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି। ବାଲେଶ୍ୱର ଏସ୍‌ପି ଏନେଇ ସୂଚନା ଦେଇଛନ୍ତି।

Advertisment
Balasore Sexual Harassment Sex Racket Sextortion