Soro
ଦଶ ବର୍ଷ ତଳେ ରାମନବମୀରେ ମହାନଦୀରେ ବୁଡ଼ି ପ୍ରାଣ ହରାଇଥିଲା ବଡ଼ଭାଇ। ଆଉ ଆଜି ସେହି ରାମନବମୀରେ ଗାଁ ପୋଖରୀରେ ବୁଡ଼ିଗଲା ସାନ ଭାଇ। ୧୦ ବର୍ଷ ମଧ୍ୟରେ ଦୁଇ ଦୁଇଟି ପୁଅଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଛି ପୂରା ପରିବାର। ଆଜି ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି।
ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ସିମୁଳିଆ ଗାଁର କୁନା ନାଥଙ୍କ ସାନ ପୁଅ ପରେଶ ଆଜି ମଧ୍ୟାହ୍ନରେ ପୋଖରୀକୁ ଶୌଚ ପାଇଁ ଯାଇଥିଲା। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତା’ର ପତ୍ତା ପାଇନଥିଲେ। ତେବେ ପୋଖରୀ ପାଖରେ ପାଦ ଚିହ୍ନ ଦେଖି ସାହି ଲୋକଙ୍କ ସନ୍ଦେହ ବଢ଼ିଥିଲା।
ପରେଶ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ ଅଡା ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିଥିଲେ। ମାତ୍ର ପରେଶର ପତ୍ତା ପାଇନଥିଲେ। ପରେ ପରିବାର ଲୋକ ସୋର ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ। ସୋର ଦମକଳ କେନ୍ଦ୍ରର କର୍ମଚାରୀମାନେ ବହୁ ଖୋଜାଖୋଜି ପରେ ପୋଖରୀରୁ ନାବାଳକ ପରେଶର ମୃତଦେହ ଉଦ୍ଧାର କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୦ ବର୍ଷ ତଳେ ଆଜିର ଦିନରେ ପାଣିରେ ବୁଡ଼ି ପରେଶର ବଡ଼ ଭାଇର ମୃତ୍ୟୁ ହୋଇଥିଲା। କଟକ ଜିଲ୍ଲା ଗୋବିନ୍ଦପୁର ନିକଟରେ ମହାନଦୀରେ ବୁଡ଼ି ପରେଶଙ୍କ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିଲା। ୧୦ ବର୍ଷ ଭିତରେ ଦୁଇ ଭାଇ ରାମନବମୀରେ ମୃତ୍ୟୁ ଘଟିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି।
ରିପୋର୍ଟ-ସୋରରୁ ନିରଞ୍ଜନ ବେହେରା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Soro_1680188924.jpg)