Advertisment

୬ ବର୍ଷର ଝିଅ କହିଲା- ମୋ’ ମାଆର ହାତ ଓ ମୁଣ୍ଡକୁ ହାଣିଦେଲା ବାପା

ପ୍ରଦୀପଙ୍କ ୬ ବର୍ଷର ଝିଅଙ୍କ କହିବା ଅନୁସାରେ ଶନିବାର ଅପରାହ୍ନରେ ପାଟିତୁଣ୍ଡ ହୋଇଥିଲା। ପରେ ବାପା(ପ୍ରଦୀପ) ଏକ “କଟୁରୀରେ ମାଆଙ୍କ ହାତକୁ ହାଣି ଦେଇଥିଲା। ପରେ ତା’ଙ୍କ ମୁଣ୍ଡକୁ ହାଣି ଦେଇଥିଲା।” ଯାହାଫଳରେ ଘଟଣା ସ୍ଥଳରେ ମାମାଙ୍କ ମୃତ୍ୟୁ ଘଟିଥିଲା

Balasore

Balasore

Advertisment

ବୟସ ପ୍ରାୟ ୬ ବର୍ଷ ହେବ। ଠିକ୍‌ରେ କଥା ହୋଇପାରୁ ନାହିଁ। କିନ୍ତୁ ବଖାଣିଛି ନର ରାକ୍ଷସ ବାପାର ବୀଭତ୍ସ ରୂପ! ନିଜ ମାଆକୁ ବାପା କେମିତି ହତ୍ୟା କରିଥିଲେ ତା’ ଗୋଟି ଗୋଟି କଥା ଗଣମାଧ୍ୟମ ଆଗରେ ବଖାଣିଛି। ସେ କହୁଛି, ମୋ ମାଆର ହାତ ଓ ମୁଣ୍ଡକୁ କଟୁରୀରେ ହାଣିଦେଲା ବାପା।

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଥାନା ଅନ୍ତର୍ଗତ ପାଳସିଆ ଗାଁ ପ୍ରଦୀପ ଦାସ ୧୦ ବର୍ଷ ତଳେ ମାମା ଦାସଙ୍କୁ ବିବାହ କରିଥିଲେ। ବିବାହ ପରେ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପିଲା ଅଛନ୍ତି। ୬ ବର୍ଷର ଝିଅ ଓ ୪ ବର୍ଷର ପୁଅକୁ ନେଇ ସଂସାର ରଥ ଗଡ଼ୁଥିଲା। ତେବେ ହଠାତ୍‌ ସଂସାରରେ ଉଠିଲା ଝଡ଼। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗିଲା କଳହ। ଶନିବାର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା।

ପ୍ରଦୀପଙ୍କ ୬ ବର୍ଷର ଝିଅଙ୍କ କହିବା ଅନୁସାରେ ଶନିବାର ଅପରାହ୍ନରେ ପାଟିତୁଣ୍ଡ ହୋଇଥିଲା। ପରେ ବାପା(ପ୍ରଦୀପ) ଏକ “କଟୁରୀରେ ମାଆଙ୍କ ହାତକୁ ହାଣି ଦେଇଥିଲା। ପରେ ତା’ଙ୍କ ମୁଣ୍ଡକୁ ହାଣି ଦେଇଥିଲା।” ଯାହାଫଳରେ ଘଟଣା ସ୍ଥଳରେ ମାମାଙ୍କ ମୃତ୍ୟୁ ଘଟିଥିଲା। ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଦେଖି ପରିବାର ଲୋକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଏକ ଅଖାରେ ପୂରାଇ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗିବାକୁ ନେଉଥିଲେ।

Advertisment

ଅନ୍ୟପକ୍ଷରେ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପାଳସିଆ ଗାଁରେ ପହଞ୍ଚିଥିଲେ ମାମାଙ୍କ ବଡ଼ ଭାଇ ମହେଶ୍ୱର ଦାସ। ମହେଶ୍ୱରଙ୍କୁ ଦେଖି ପ୍ରଦୀପ ଓ ତାଙ୍କ ବାପା ରକ୍ତ ଜୁଡ଼ୁବୁଡୁ ହୋଇଥିବା ଅଖାକୁ ରାସ୍ତାରେ ପକାଇ ଦେଇ ଚମ୍ପଟ ମାରିଥିଲେ। ପ୍ରଦୀପଙ୍କୁ ନପାଇ ମହେଶ୍ୱର ଓ ତାଙ୍କ ପରିବାର ଲୋକେ ମାମାଙ୍କ ଶାଶୂ ଏବଂ ଦିଅରକୁ ଧରି ବହେ ଛେଚିଥିଲେ।

ଖବର ପାଇ ବସ୍ତା ଥାନା ପୁଲିସ୍‌ ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ପୁଲିସ ଘର ପାଖରୁ ଅଖାରେ ଭର୍ତ୍ତି ହୋଇଥିବା ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସେପଟେ ହତ୍ୟାକୁ ନେଇ ଆଉ ଏକ କଥା ଶୁଣିବାକୁ ମିଳୁଛି। ଗାଁ ଲୋକଙ୍କ କହିବା ଅନୁସାରେ ପାଟିତୁଣ୍ଡ ପରେ ମାମା ଟ୍ରେନ୍‌ ଲାଇନ୍‌ରେ ଆତ୍ମହତ୍ୟା କରିଥିଲେ। ପ୍ରଦୀପ ଓ ତାଙ୍କ ବାପା ଏହା ଦେଖି ଟ୍ରେନ୍‌ ଲାଇନ୍‌ରୁ ମାମାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଅଖାରେ ପୂରାଇ ସତ୍କାର କରିବା ପାଇଁ ଘରକୁ ଆଣିଥିଲେ।

ହତ୍ୟାକାଣ୍ଡକୁ ନେଇ ଦୁଇଟି କଥା ସାମ୍ନାକୁ ଆସୁଥିବାରୁ ପୁଲିସ୍‌ ଚକ୍ରବ୍ୟୂହରେ ଫସି ଯାଇଛି। ଦୁଇ ପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚଳାଇଛି। ଘଟଣା ଘଟିବାକୁ ପାଖାପାଖି ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପୁଲିସ୍‌ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Murder Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe