Advertisment

ମଦ ନିଶା ଆଗରେ ହାରିଗଲା ମା’ର ମମତା, ଖଣ୍ଡାରେ ହାଣିଲା ପୁଅ

ସୋର(ଶଶିକାନ୍ତ ବେହେରା): ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ପିଇ ତାକୁ ହିଁ ଖଣ୍ଡାରେ ହାଣି ଦେଲା ପୁଅ। ଏଭଳି ଏକ ବିଭତ୍ସ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ମୀରପୁର ଖଇରା ଗାଁରେ। ଗତକାଲି ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା […]

ଅଦ୍ୟତନ ହୋଇଛି
ଶ୍ୱଶୁର ଘରକୁ ଯିବା ବେଳେ ଯୁବକଙ୍କୁ ଭୁଜାଲି ଚୋଟ

attack

Advertisment

ସୋର(ଶଶିକାନ୍ତ ବେହେରା): ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ପିଇ ତାକୁ ହିଁ ଖଣ୍ଡାରେ ହାଣି ଦେଲା ପୁଅ। ଏଭଳି ଏକ ବିଭତ୍ସ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ମୀରପୁର ଖଇରା ଗାଁରେ।

Advertisment

ଗତକାଲି ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମା’ ମଣି ଶିଅଳଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଠେଙ୍ଗା ଓ କତା ଧରି ବାପା ଓ ଭଉଣୀ ଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଲେ  ଜଗବନ୍ଧୁ । ଏହାଦେଖି ବାପା ଓ ଭଉଣି ଭୟଭୀତ ହୋଇ ଗାଁ  ଭିତରକୁ ପଳେଇ ଯାଇଥିଲେ । ପରେ ଜଗବନ୍ଧୁ ନିଜ ମା’କୁ ଠେଙ୍ଗାରେ ପିଟିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ >> ୧ ଟଙ୍କାରେ ରୋଗୀ ଦେଖୁଛନ୍ତି ଡାକ୍ତର ଦମ୍ପତି , ଜାଣନ୍ତୁ କ୍ଲିନିକ୍‌ର ଟାଇମ୍‌ ଟେବୁଲ୍‌

Advertisment

କିଛି ସମୟ ପରେ ପରିବାର ଲୋକ ଘରକୁ ଫେରି ମଣି ଶିଅଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ପୁଲିସ୍‌କୁ ଖବର ଦେଇଥିଲେ। ଖଇରା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe