୭ ଦିନର ମହଲତ ଦେଲେ ସୌମ୍ୟଙ୍କ ମା’

ସୋର(ନିରଞ୍ଜନ ବେହେରା): ୭ ଦିନର ମହଲତ ଦେଲେ ମୃତ ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମା’ । ଯଦି ଏହି ୭ ଦିନ ଭିତରେ ତାଙ୍କ ପୁଅ ମୃତ୍ୟୁ ମାମଲାରେ କାହାରିକୁ ଗିରଫ କରାନଯାଏ ତେବେ ଉଭୟେ ବାପା-ମା ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ମନ୍ଥର ଗତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ମା। ଏ ଯାଏଁ କାହାରିକୁ ଗିରଫ କରା ଯାଇନ ଥିବାରୁ […]

6

Tapas Behera
  • Published: Saturday, 28 August 2021
  • , Updated: 28 August 2021, 04:29 PM IST

ସୋର(ନିରଞ୍ଜନ ବେହେରା): ୭ ଦିନର ମହଲତ ଦେଲେ ମୃତ ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମା’ । ଯଦି ଏହି ୭ ଦିନ ଭିତରେ ତାଙ୍କ ପୁଅ ମୃତ୍ୟୁ ମାମଲାରେ କାହାରିକୁ ଗିରଫ କରାନଯାଏ ତେବେ ଉଭୟେ ବାପା-ମା ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ମନ୍ଥର ଗତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ମା। ଏ ଯାଏଁ କାହାରିକୁ ଗିରଫ କରା ଯାଇନ ଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗାଁର ସୌମ୍ୟ ରଞ୍ଜନ ମହାପାତ୍ର ACF ଥିଲେ l ତାଙ୍କର ଆଜକୁ ଦେଢ଼ ମାସରୁ ଅଧିକ ହେବ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି l ଗତ ମାସ ଜୁଲାଇ ମାସ ୧୩ ତାରିଖ ଦିନ ସକାଳେ ସେ ନିଆଁରେ ପୋଡି ମୃତ୍ୟୁ ବରଣ କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିଲା l କିନ୍ତୁ ପରେ ହତ୍ୟା ମାମଲା ରୁଜୁ ହୋଇଥିଲା।

ଏହି ମୃତ୍ୟୁ ପାଇଁ ଖଇରାରେ ପାରଳାଖେମୁଣ୍ଡି ପୁଲିସର ୫ ଜଣିଆ ଟିମ ଖଇରା ବେଗୁନିଆ ଗାଁରେ ପହଁଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା l  ପୁଲିସ ତଦନ୍ତରେ ଫେଲ ହେବା ପରେ ସୌମ୍ୟରଞ୍ଜନଙ୍କର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା l ତେଣୁ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରିରଖିଥିବା ବେଳେ ଏବେ ପୁଲିସ ଭଳି ମନ୍ଥର ଗତିରେ ଚାଲୁଛି l ଜଣେ ଫରେଷ୍ଟଗାର୍ଡଙ୍କୁ ପଚରାଉଚରା କରିବା ପରେ ଘଟଣାଦିନ ଜିଲ୍ଲାପାଳ ରହିଥିବା କହିଥିଲେ l ଏଥିସହିତ ପରିବାର ଲୋକେ ଡ଼ିଏଫଓ, ରୋଷେୟା, ଗୁରାଣ୍ଡି ଓଆଇସି ମମତା ପଣ୍ଡା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭରତୀ ଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି  କରୁଛନ୍ତି l ଏଥି ସହିତ ତାଙ୍କ ପୁଅର ହତ୍ୟାକାରୀକୁ ତୁରନ୍ତ ଧରିବା ପାଇଁ କହିଛନ୍ତି l

ଅନ୍ୟପଟେ ଯଦି ଆସନ୍ତା ୭ ଦିନ ଭିତରେ କାହାକୁ ଗିରଫ କରାନଯାଏ ସୌମ୍ୟଙ୍କ  ବାପା ମାଆ ବିଧାନସଭା ଆଗରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି। ସୌମ୍ୟଙ୍କ ମା’ କହିଛନ୍ତି ଯେ, ଆମେ ୪ ମାସ ହେଲା ଅପେକ୍ଷା କରିଛୁ। ଆମ ଛୁଆକୁ ନ୍ୟାୟ ଦରକାର। ଏ ପର୍ଯ୍ୟନ୍ତ କିଛି ମିଳିଲାନି। ଅପେକ୍ଷା କରିଛୁ। ୭ ଦିନ ସମୟ ଦେଇଛୁ। ଏହା ଭିତରେ ଯଦି ବିଦ୍ୟାଭାରତୀଙ୍କୁ ଗିରଫ କରାନାଯାଏ ତେବେ ଆମେ ବାପା-ମା ଆତ୍ମାହୁତି ଦେବୁ।  ଘର ପାଖରେ ହେଉ କିମ୍ବା ନବୀନ ନିବାସରେ ହେଉ ଆତ୍ମହୁତି ଦେବୁ।  ଏମିତି ତ ନ୍ୟାୟ ମିଳିବନି। ଆମେ ବଞ୍ଚିକି କଣ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ କାହାରିକୁ ଧରି ପାରି ନାହିଁ ତେଣୁ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।   ତେବେ ପରିବାର ଲୋକେ ପୁଲିସ ଉପରେ ଆସ୍ଥା ହରାଇବା ପରେ ଏବେ କ୍ରାଇମବ୍ରାଞ୍ଚ ଉପରେ ମଧ୍ୟ ଭରଷା ତୁଟିବାକୁ ଗଲାଣି l ତେଣୁ କେବେ ମୃତ ସୌମ୍ୟରଞ୍ଜନଙ୍କର ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା।

Related story