Advertisment

ଟ୍ରେନ ଦୁର୍ଘଟଣା: ଦକ୍ଷିଣପୂର୍ବ ରେଳବାଇ ଏଜିଏମ୍ ଅତୁଲ୍ୟ ସିହ୍ନା ବଦଳି

ମିଳିଥିବା ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣାର ପ୍ରାୟ ୨ସପ୍ତାହ ପରେ ରେଳବାଇ ପକ୍ଷରୁ କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତୁଲ୍ୟ ସିହ୍ନାଙ୍କୁ ବଦଳି କରାଯାଇଛି ।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ଆଜି ରେଳବାଇ ପକ୍ଷରୁ ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଛି ଓ କାହାରିକୁ ଏହି ମାମଲାରେ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିଲେ ମଧ୍ୟ ବାହାନଗା ଷ୍ଟେସନ ବଜାରର ଷ୍ଟେସନ ମାଷ୍ଟର ସମେତ ମୋଟ ୧୨ ଜଣ ସିବିଆଇର ସ୍କାନରରେ ରହିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣାର ପ୍ରାୟ ୨ସପ୍ତାହ ପରେ ରେଳବାଇ ପକ୍ଷରୁ କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତୁଲ୍ୟ ସିହ୍ନାଙ୍କୁ ବଦଳି କରାଯାଇଛି। ଶ୍ରୀ ସିହ୍ନାଙ୍କୁ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଥିବା ଚିତ୍ତରଞ୍ଜନ ଲୋକୋମୋଟିଭ ୱାକର୍ସ ଫ୍ୟାକ୍ଟିର ପ୍ରିନ୍ସିପାଲ ଚିଫ ମେକାନିକାଲ ଇଞ୍ଜିନିୟର ଭାବେ ଅବସ୍ଥାପିତ କରାଯାଇଛି। ଏହି ପଦବୀ ଉଚ୍ଚ ପ୍ରଶାସନିକ ଗ୍ରେଡ୍ (ଏଚଏଜି) ର‌୍ୟାଙ୍କର ହୋଇଥିଲେ ମଧ୍ୟ ତାହା କମ୍ ଗୁରୁତ୍ୱବହନ କରୁଥିବା ପଦବୀ ଭାବେ ବିବେଚିତ ହୋଇଥାଏ। ଶ୍ରୀ ସିହ୍ନାଙ୍କ ଏହି ନୂଆ ନିଯୁକ୍ତିକୁ ତାଙ୍କର ପଦାବନତି ଭାବେ ଦେଖାଯାଉଛି। ଏହାସହିତ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି। ଯଦିଓ ରେଳବାଇ ପକ୍ଷରୁ ତାଙ୍କର ବଦଳି ସମ୍ପର୍କରେ କୌଣସି କାରଣ ଦର୍ଶାଯାଇନି,କିନ୍ତୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଶ୍ରୀ ସିହ୍ନାଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଦୁର୍ଘଟଣାରେ ମୃତ ମୋଟ ଯାତ୍ରୀଙ୍କ ମଧ୍ୟରୁ ଏବେବି ୮୧ ଜଣ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ । ଭୁବନେଶ୍ୱରସ୍ଥିତ ଏମସ ପରିସରରେ ଏହି ଶବ ସଂରକ୍ଷିତ ହୋଇ ରହିଛି ଓ ସେଥିରୁ ୭୫ଜଣ ମୃତକଙ୍କ ଦାବିଦାର ଭାବେ ତାଙ୍କ ପ୍ରିୟଜନଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଓ ରେଳ ସୁରକ୍ଷା ଆୟୋଗଙ୍କ ସ୍କାନରରେ ଏବେ ବାହାନଗା ବଜାର ଷ୍ଟେସନ ମାଷ୍ଟର ସମେତ ପ୍ରାୟ ୧୨ଜଣ ରହିଛନ୍ତି । କାହାରିକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିଲେ ମଧ୍ୟ ଏହି ବ୍ୟକ୍ତିମାନଙ୍କୁ ସନ୍ଦେହ ତାଲିକାରେ ରଖି ସିବିଆଇ ନିଜର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ରେଳବାଇ ଏପର୍ଯ୍ୟନ୍ତ ମୋଟ ୭୯୩ଜଣ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିସାରିଛି ବୋଲି ଜଣାପଡ଼ିଛି।

Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe