/odisha-reporter/media/post_attachments/uploadimage/library/16_9/16_9_0/IMAGE_1685762449.jpg)
BalasoreTrainAccident
ବାଲେଶ୍ୱରବାହାନଗାନିକଟରେଘଟିଥିବାଭୟଙ୍କରଟ୍ରେନ୍ ଦୁର୍ଘଟଣାରେମୃତ୍ୟୁବରଣକରିଥିବାମୃତକଙ୍କପାଇଁ ଦିନିକିଆ ଶୋକ ପାଳିବ ତାମିଲନାଡୁ। ଆଜି ସାରା ତାମିଲନାଡୁରେ ଦିନିକିଆ ଶୋକ ପାଳନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେଷ୍ଟାଲିନ୍ ସୂଚନା ଦେଇଛନ୍ତି। ସେହିପରି ଆଜି ଓଡ଼ିଶାରେ ମଧ୍ୟ ଦିନିକିଆଶୋକପାଳନକରାଯିବ। ଆଜି ସାରା ରାଜ୍ୟରେଦିନିକିଆ ଶୋକପାଳନନେଇମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକଙ୍କଘୋଷଣାକରିଛନ୍ତି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ରେଳ ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଆହତ ଯାତ୍ରୀଙ୍କୁ ଉତ୍ତମ ଚିକତ୍ସା ଯୋଗାଇଦେବାକୁ ପ୍ରୟାସ କରାଯାଉଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ରେଲ୍ ସେଫ୍ଟି କମିଶନ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ। ଦୁର୍ଘଟଣାର ମୂଳ କାରଣ ଖୋଜାଯିବ। ଉଦ୍ଧାର କାର୍ଯ୍ୟ ଶୀଘ୍ର ସାରି ରେଳ ଚଳାଚଳ ସ୍ୱାଭାବିକ କରାଯିବ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
