Advertisment

ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ

ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି।

ଅଦ୍ୟତନ ହୋଇଛି
representational image

representational image

Advertisment

ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ହୋଇଛି ୨୦ ବର୍ଷ ଜେଲ ଦଣ୍ଡାଦେଶ। ଏଥିସହ ୫ହଜାର ଟଙ୍କା ଜରିମାନା କରାଯାଇଛି। ଏହି ଶିକ୍ଷକ ଜଣକ ସ୍ଥାନୀୟ ରାମପୁରର ବସନ୍ତ ଦାସ( ୫୯)। ଆଜି ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଦୋଷୀଙ୍କୁ ଅଧିକ ୨ ବର୍ଷ ଜେଲ୍ ଦଣ୍ଡ ମିଳିବ।

Advertisment

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ୨୦୧୯ ମସିହାରେ ଏହି କଳଙ୍କିତ ଘଟଣା ଘଟିଥିଲା। ଶିକ୍ଷକ ଜଣକ ନିଜର ମାନବିକତା ଓ ବୁଦ୍ଧିଶୁଦ୍ଧି ହରାଇ ଲଜ୍ଜାଜନକ କାଣ୍ଡ କରି ବସିଥିଲେ। ସେ ପୀଡ଼ିତା ନାବାଳିକାଙ୍କୁ ଘରକୁ ଡ଼ାକି ଚକଲେଟ୍ ଦେବାର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିଲେ।

ସିମୁଳିଆ ଥାନା ପୁଲିସ ଏତଲା ଆଧାରରେ ଘଟଣାର ତଦନ୍ତ କରି କୋର୍ଟରେ ତଥ୍ୟପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ଆଧାରରେ ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୁତାର ରାୟ ଶୁଣାଣ ଶିକ୍ଷକ ବସନ୍ତ ଦାସଙ୍କୁ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ଏଥିସହ ଜେଲ ଓ ଜରିମାନା ଦଣ୍ଡାଦେଶ କରିଛନ୍ତି।

Advertisment

ସେପଟେ ପୀଡ଼ିତା ନାବାଳିକାଙ୍କ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି।

ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରୁଥିଲେ।

Minor Raped Teachers Ability Balasore Court Jhatka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe