Advertisment

ସମସ୍ତଙ୍କ ଆଖିରେ ଲୁହ; କିଏ କାହା ସ୍ୱାମୀକୁ ହରାଇଛି ତ, ଆଉ କିଏ ତା ପୁଅକୁ

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଏ ହେଉଛି ଦୁଃଖ ଯନ୍ତ୍ରଣାର କରୁଣ ଚିତ୍ର।

ଅଦ୍ୟତନ ହୋଇଛି
train Accident

train Accident

Advertisment

କାଳ ସାଜିଲା କରମଣ୍ଡଳ। ରେଳ ଯାତ୍ରା ହେଲା ଶେଷ ଯାତ୍ରା ଏ ଯାତ୍ରା କାହା ମଥାରୁ ସିନ୍ଦୂର ପୋଛି ଦେଲା ତ ଆଉ କାହା କୋଳରୁ ଛୁଆକୁ ଛଡ଼ାଇ ନେଲା। ଏବେ ଏକାଧିକ ପରିବାର ନିଜ ପ୍ରିୟ ପରିଜନକୁ ଖୋଜି ଖୋଜି ପାଉ ନାହାନ୍ତି। ଆଉ ଯଦି ପାଉଛି, ତେବେ ଜୀବିତ ଅବସ୍ଥାରେ ନୁହେଁ ବରଂ ଦେହାନ୍ତରେ। କାନ୍ଦି କାନ୍ଦି କାହା ଆଖି ନାଲି ପଡ଼ିଗଲାଣି ତ ଆଉ କିଏ ଅଣାୟତ ହୋଇ ସାରିଲାଣି। ସମସ୍ତଙ୍କ ଆଖିରେ ଲୁହ। କିଏ କାହା ସ୍ୱାମୀକୁ ହରାଇଛି ତ ଆଉ କିଏ ତା ପୁଅକୁ। ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଏ ହେଉଛି ଦୁଃଖ ଯନ୍ତ୍ରଣାର କରୁଣ ଚିତ୍ର।

Advertisment

ମୟୂରଭଞ୍ଜ କପ୍ତିପଦା ଅଞ୍ଚଳର ଭ୍ରମରବର ବେହେରା। କାଲି ପୁଅକୁ ବାରମ୍ବାର ମନା କରିଥିଲେ, ୩ ମାସର ଛୁଆକୁ ଛାଡ଼ି ଘରୁ ଯାଆନା, ଗାଁରେ ରହି କାମ କର। ହେଲେ ଉପାର୍ଜନ ପାଇଁ ନିଜ କର୍ମକ୍ଷେତ୍ରକୁ ବାହାରି ଯାଇଥିବା

Family of Rajnikantaରଜନୀକାନ୍ତଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ପାଇଁ କାଲିର ରାତି ପାଲଟିଗଲା ଶେଷ ରଜନି।

କରମଣ୍ଡଳ ଏକ୍ସପ୍ରେସ ନିଜେ ଯେମିତି ଛିନଛତ୍ର ହୋଇଯାଇଛି ସେମିତି ଏକାଧିକ ପରିବାରକୁ ଛାରଖାର୍ କରିଦେଇଛି। ଏଯାଏଁ ଅନେକ ଲୋକଙ୍କର ଖୋଜଖବର ବି ମିଳିନି। ସମସ୍ତେ ନିଜ ପ୍ରିୟ ପରିଜନଙ୍କୁ ଖୋଜିବାରେ ବ୍ୟସ୍ତ, କିଏ ପାସପୋର୍ଟ ଫଟୋ ଦେଖାଉଛି ତ ଆଉ କିଏ ମୋବାଇଲରେ ଫଟୋ ଦେଖାଇ କହୁଛି ରେଳ ଦୁର୍ଘଟଣା ହେବାର କିଛି ସମୟ ଭିତରେ ଫୋନରେ ପଦଟିଏ କଥା ହୋଇଥିଲେ, ହେଲେ ତା ପରଠାରୁ ମୋବାଇଲ୍ ସୁଇଚ୍ ଅଫ୍। ସବୁ ହସ୍ପିଟାଲରେ ଖୋଜି ସାରିଲେଣି, ହେଲେ କେଉଁଠି ବି ପତ୍ତା ମିଳୁନି।

Advertisment

ସେପଟେ ବିଭିନ୍ନ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ଗଦା ହୋଇଛି ବହୁ ସଂଖ୍ୟକ ମୃତ ଦେହ। ସେମାନଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଉପସ୍ଥିତିରେ ପକେଟ ସର୍ଚ୍ଚ କରାଯାଉଛି। କାଳେ କାହାର ଠିକଣା ମିଳିଯିବ ଓ ପରିଜନଙ୍କୁ ସୂଚିତ କରିହେବ।

Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe