soro
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ହରିୟାଣା ପୁଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ମାସେ ତଳେ ହରିୟାଣାରେ ଏକ ଠକାମୀ ଘଟଣାର ତଦନ୍ତ ପାଇଁ ଖନ୍ତାପଡ଼ା ଆସିଥିଲା ପୁଲିସ। ହେଲେ ଆଜି ଖନ୍ତାପଡ଼ା ଥାନାର ଷଠୀ ଗାଁରେ ଠକାମୀ କରିଥିବା ବ୍ୟକ୍ତିକୁ ନପାଇବାରୁ ତା’ର ମାଆକୁ ପଚରାଉଚରା କରିବା ପାଇଁ ଥାନାକୁ ଆଣିଥିଲା ହରିୟାଣା ପୁଲିସ। ହେଲେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।
ଉକ୍ତ ମହିଳାଙ୍କୁ ଥାନାରୁ ଛାଡ଼ିବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ସହ ଖନ୍ତାପଡ଼ା ଥାନା ଭିତରେ ସେମାନେ ହରିୟାଣା ପୁଲିସକୁ ଘେରି ଯାଇଥିଲେ। ଯାହା ଫଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥତଲା। ତେବେ ଘଟଣା ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ସ୍ଥାନୀୟ କିଛି ଲୋକେ ହରିୟାଣା ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ପୁଲିସ୍ ମଧ୍ୟ ଲୋକଙ୍କୁ ଥାନାରୁ ବାହାର କରିବା ପାଇଁ ପ୍ରୟାସ କରିଥିଲା।
ତେବେ ହରିୟାଣା ପୁଲିସ ଆତ୍ମରକ୍ଷା ପାଇଁ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। ଏଥିରେ ମଧ୍ୟ କିଛି ରାଜନୈତିକ ଲୋକେ ସାମିଲ୍ ଥିବା ଜଣାପଡ଼ିଛି। ଖନ୍ତାପଡ଼ା ପୁଲିସ ସବୁକିଛି ଦେଖି ନିରବ ରହିଥିବା ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/soro.jpg)