Advertisment

୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଡାକ୍ତରଖାନାରେ ୧୫ ଦିନ ଧରି ଶବ ପକାଇ ରଖାଯିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ।  ଶବ ବ୍ୟବଚ୍ଛେଦ ଘରେ ପଡିଥିବା ୫ଟି ମୃତେଦହ ମଧ୍ୟରୁ ୪ଟିକୁ ମ୍ୟୁନିସପାଲଟି ପକ୍ଷରୁ ସତ୍କାର ପାଇଁ ନିଆଯାଇଛି  । ଆଉ ଗୋଟିଏ ମୃତଦେହର ମଧ୍ୟ ଶୀଘ୍ର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଆଜି ସକାଳୁ ବାଲେଶ୍ୱର ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ଅଚିହ୍ନା ରୋଗୀଙ୍କ ମୃତ୍ୟୁ ପରେ ପାଞ୍ଚଟି […]

୧୫ ଦିନ ଧରି ଶବ ପଡ଼ିବା ପରେ ଚେତିଲା ପ୍ରଶାସନ

49-4

Advertisment

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଡାକ୍ତରଖାନାରେ ୧୫ ଦିନ ଧରି ଶବ ପକାଇ ରଖାଯିବା ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ।  ଶବ ବ୍ୟବଚ୍ଛେଦ ଘରେ ପଡିଥିବା ୫ଟି ମୃତେଦହ ମଧ୍ୟରୁ ୪ଟିକୁ ମ୍ୟୁନିସପାଲଟି ପକ୍ଷରୁ ସତ୍କାର ପାଇଁ ନିଆଯାଇଛି  । ଆଉ ଗୋଟିଏ ମୃତଦେହର ମଧ୍ୟ ଶୀଘ୍ର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

Advertisment

ଆଜି ସକାଳୁ ବାଲେଶ୍ୱର ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।  ଅଚିହ୍ନା ରୋଗୀଙ୍କ ମୃତ୍ୟୁ ପରେ ପାଞ୍ଚଟି ମୃତଦେହ ଗୁଡିକ ଗଦା କରି ରଖାଯାଇଥିଲା । ଶବ ସଂରକ୍ଷଣ କେନ୍ଦ୍ରରେ ମୃତଦେହ ରଖିବାକୁ ଜାଗା ନଥିବାରୁ ବ୍ୟବଚ୍ଛେଦ ଗୃହର ପାଖ କୋଠରୀରେ ରଖାଯାଇଥିଲା ମୃତଦେହ ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ଉପରେ ଶବ ପକାଇ ରଖିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୃତଦେହର ଦାହ ସଂସ୍କାର ନକରି ପକାଇ ରଖିବା ଉପରେ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ, ଅଚିହ୍ନା ଶବ ଦାହ ଦାୟିତ୍ୱ ପୁଲିସର । ସେପଟେ ପୌରପାଳିକାର ଟଙ୍କା ବାକିଥିବାରୁ ଶବ ଦାହ ହୋଇପାରୁନଥିବା କହିଥିଲା ପୁଲିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe