/odisha-reporter/media/post_attachments/uploads/2021/07/590.jpg)
590
ସୋର(ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିରେ ଜଣେ ୩୫ ବର୍ଷର ଯୁବକଙ୍କର ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କୁମାର ଦାସ l ସଞ୍ଜୟଙ୍କୁ କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। l ଅନ୍ୟପଟେ ଠିକାଦାର ଜଣକ ୩ଜଣ ପିଲାଙ୍କ ସହିତ ସଞ୍ଜୟଙ୍କର ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ l କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ ମାନେ ଆସିଥିବା ଲୋକଙ୍କୁ ଅଟକ ରଖିଛନ୍ତି l ପରେ ଗାଁରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଶବଟି ଆମ୍ବୁଲାନ୍ସ ଭିତରେ ରହିଛି l
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
