Advertisment

୮ ଦିନ ହେବ ଆମ୍ବୁଲାନ୍ସ ଭିତରେ ଶବ

ସୋର(ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିରେ ଜଣେ ୩୫ ବର୍ଷର ଯୁବକଙ୍କର ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କୁମାର ଦାସ l ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର […]

୮ ଦିନ ହେବ ଆମ୍ବୁଲାନ୍ସ ଭିତରେ ଶବ

590

Advertisment

ସୋର(ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିରେ ଜଣେ ୩୫ ବର୍ଷର ଯୁବକଙ୍କର ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କୁମାର ଦାସ l ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ  ଅଭିଯୋଗ ଆଣିଛନ୍ତି।  l ଅନ୍ୟପଟେ ଠିକାଦାର ଜଣକ ୩ଜଣ ପିଲାଙ୍କ ସହିତ ସଞ୍ଜୟଙ୍କର ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ l କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ ମାନେ ଆସିଥିବା ଲୋକଙ୍କୁ ଅଟକ ରଖିଛନ୍ତି l ପରେ ଗାଁରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ସୋର ପୋଲିସ ଘଟଣା  ସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଶବଟି ଆମ୍ବୁଲାନ୍ସ ଭିତରେ ରହିଛି l

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe