ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି  କେନ୍ଦ୍ରୀୟ ଟିମ୍ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବାଲେଶ୍ୱର ସଦର ବ୍ଲକ୍ ସାର୍ଥା ପଞ୍ଚାୟତର ସାର୍ଥା ଓ କସାଫଳ ମୁହାଣ ପରିଦର୍ଶନ କରିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଏହା ପରେ କେନ୍ଦ୍ରୀୟ ଟିମ୍ ଚାନ୍ଦିପୁର ଗସ୍ତ କରିଛନ୍ତି । କେନ୍ଦ୍ରୀୟ ଟିମ୍ ସହ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଗସ୍ତରେ ସାମିଲ ଅଛନ୍ତି। କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ପୁଲିସ […]

701

Tapas Behera
  • Published: Monday, 07 June 2021
  • , Updated: 07 June 2021, 04:11 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି  କେନ୍ଦ୍ରୀୟ ଟିମ୍ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବାଲେଶ୍ୱର ସଦର ବ୍ଲକ୍ ସାର୍ଥା ପଞ୍ଚାୟତର ସାର୍ଥା ଓ କସାଫଳ ମୁହାଣ ପରିଦର୍ଶନ କରିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଏହା ପରେ କେନ୍ଦ୍ରୀୟ ଟିମ୍ ଚାନ୍ଦିପୁର ଗସ୍ତ କରିଛନ୍ତି ।

କେନ୍ଦ୍ରୀୟ ଟିମ୍ ସହ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଗସ୍ତରେ ସାମିଲ ଅଛନ୍ତି। କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ପୁଲିସ ପଡ଼ିଆରେ ପହଞ୍ଚିବା ପରେ ସର୍କିଟ ହାଉସରେ ସମୀକ୍ଷା ବୈଠକ କରିଥିଲେ। ଏହା ପରେ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି ଟିମ୍ । କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ସାର୍ଥା ଅଭିମୁଖେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେପଟେ କେନ୍ଦ୍ରୀୟ ପ୍ରତିନିଧି ଦଳର ଅନ୍ୟ ଏକ ଟିମ୍ ଭଦ୍ରକରେ ପହଞ୍ଚିଛନ୍ତି ।

ଧାମରା ହେଲିପ୍ୟାଡରେ  ପହଞ୍ଚିବା ପରେ ବାତ୍ୟାଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଭଦ୍ରକ, କେନ୍ଦ୍ରାପଡ଼ା,ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ଦୁଇ ଦିନ ଧରି କେନ୍ଦ୍ରୀୟ ଟିମ୍ ପ୍ରଭାବିତ ଅଞ୍ଚଳ ବୁଲିବା ପରେ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେବେ । ଏହା ପୂର୍ବରୁ ଏସଆରସି ଆଜି ୭ ଜଣିଆ କେନ୍ଦ୍ରୀୟ ଟିମ ସହ ଏକ ବୈଠକରେ ଆଲୋଚନା କରିଥିଲେ ।

Related story