Advertisment

ହାତୀ ଆକ୍ରମଣ କଲା, ବାଇକ୍ ସହ ୫୦ ଫୁଟ ଘାଟି ତଳକୁ ଖସିପଡ଼ିଲେ ୩

୩ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Elephant

Elephant

Advertisment

ହାତୀ ଆକ୍ରମଣରେ ୩ ବାଇକ୍ ଆରୋହୀ ଗୁରୁତର। ୩ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପଦ୍ମପୁରରୁ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଔପଦା ଥାନା ପଶ୍ଚିମାଘାଟି ନିକଟରେ ହାତୀ ଆକ୍ରମଣ କରିଥିଲା। ତିନିହେଁ ବଡ଼ପୋଖରୀ ବାଲିମୁଣ୍ଡୁଳି ଗାଁର ପାପୁଲି ସିଂ, ବାପି ସିଂ ଏବଂ ଶାସ୍ତ୍ରୀ ସିଂ। ହାତୀ ଆକ୍ରମଣରରେ ସେମାନେ ବାଇକ୍ ସହ ୫୦ ପୁଟ ତଳକୁ ଖସି ପଡ଼ିଥିଲେ।

Advertisment

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସୋର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟର- ସୋରରୁ ନିରଞ୍ଜନ ବେହେରା

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe