Advertisment

ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଏକ୍ସପ୍ରେସ୍, ୫୦ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ୱର ଜିଲ୍ଲା ବାହାନାଗା ରେଳ ଷ୍ଟେଶନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ହାୱଡା-ସାଲିମାର ଏକ୍ସପ୍ରେସ୍।

ଅଦ୍ୟତନ ହୋଇଛି
Train

Train

Advertisment

ମାଲ୍‌ବାହୀ ଟ୍ରେନ ଉପରେ ଚଢ଼ିଗଲା କରମଣ୍ଡଳ ଏକ୍ସପ୍ରେସ୍‌। ଏଥିରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ଏହାଛଡ଼ା ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଘଟିଛି। 

Advertisment

ବାହାନାଗା ରେଳରେ ଛିଡ଼ା ହୋଇଥିଲା ମାଲ୍‌ବାହୀ ଟ୍ରେନ୍‌। ଠିକ୍‌ ସେହି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ପ୍ରାୟ ୭ଟି ବଗି ଓଲଟି ପଡ଼ିଥିଲା। ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଉଛନ୍ତି। ହେଲେ ବର୍ତ୍ତମାନ ରେଳ ବିଭାଗ କିମ୍ୱା ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ।

Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe