jnm
ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକଙ୍କୁ ତାଲା ପକାଇଲେ ପରିବାର ଲୋକେ। ଭୋଗରାଇର ସ୍ଥାନୀୟ ଏକ ମହାବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଛି ।
ତେବେ ଖବର ପାଇ ପୁଲିସ ପହଞ୍ଚି ସମ୍ପୃକ୍ତ ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତ ୨ ଦିନ ପୂର୍ବରୁ ଭୋଗରାଇ ଉକ୍ତ ମହା ବିଦ୍ୟାଳୟ ଦ୍ୱିତୀୟ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଟିଉସନ ପାଇଁ ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜଙ୍କ ଘରକୁ ଯାଇଥିଲେ।
[caption id="attachment_631485" align="alignnone" width="650"]
ଅଧ୍ୟାପକଙ୍କୁ ପୁଲିସ ଉଦ୍ଧାର କରୁଛି।[/caption]
ମାତ୍ର ଅଧ୍ୟାପକ ଟିଉସନ ସରିବା ପରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଜଣକ ଆସି ପରିବାରରେ ପ୍ରକାଶ କରି ଥିଲେ। ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଏ ବିଷୟରେ ଜଣାଇଥିଲେ। ଗତକାଲି ସନ୍ଧ୍ୟାରେ ଏନେଇ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ଆରମ୍ଭ ହୋଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ସମ୍ପୃକ୍ତ ଅଧ୍ୟାପକଙ୍କୁ ତାଲା ପକାଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭୋଗରାଇ ପୁଲିସ ପହଞ୍ଚି ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/jnm.jpg)