ରସିକିଆ ଅଧ୍ୟାପକଙ୍କୁ ଘରେ ତାଲା ପକାଇଲେ ପରିବାର ଲୋକେ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକଙ୍କୁ ତାଲା ପକାଇଲେ ପରିବାର ଲୋକେ। ଭୋଗରାଇର ସ୍ଥାନୀୟ ଏକ  ମହାବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଛି । ତେବେ ଖବର ପାଇ ପୁଲିସ ପହଞ୍ଚି ସମ୍ପୃକ୍ତ ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତ ୨ ଦିନ ପୂର୍ବରୁ ଭୋଗରାଇ ଉକ୍ତ ମହା ବିଦ୍ୟାଳୟ ଦ୍ୱିତୀୟ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଟିଉସନ ପାଇଁ  ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜଙ୍କ […]

jnm

Tapas Behera
  • Published: Tuesday, 30 March 2021
  • , Updated: 30 March 2021, 05:45 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକଙ୍କୁ ତାଲା ପକାଇଲେ ପରିବାର ଲୋକେ। ଭୋଗରାଇର ସ୍ଥାନୀୟ ଏକ  ମହାବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଛି ।

ତେବେ ଖବର ପାଇ ପୁଲିସ ପହଞ୍ଚି ସମ୍ପୃକ୍ତ ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତ ୨ ଦିନ ପୂର୍ବରୁ ଭୋଗରାଇ ଉକ୍ତ ମହା ବିଦ୍ୟାଳୟ ଦ୍ୱିତୀୟ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଟିଉସନ ପାଇଁ  ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜଙ୍କ ଘରକୁ ଯାଇଥିଲେ।

[caption id="attachment_631485" align="alignnone" width="650"] ଅଧ୍ୟାପକଙ୍କୁ ପୁଲିସ ଉଦ୍ଧାର କରୁଛି।[/caption]

ମାତ୍ର ଅଧ୍ୟାପକ ଟିଉସନ ସରିବା ପରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା  ଛାତ୍ରୀ ଜଣକ ଆସି ପରିବାରରେ ପ୍ରକାଶ କରି ଥିଲେ। ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କୁ ଏ ବିଷୟରେ ଜଣାଇଥିଲେ।  ଗତକାଲି ସନ୍ଧ୍ୟାରେ ଏନେଇ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ଆରମ୍ଭ ହୋଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ସମ୍ପୃକ୍ତ ଅଧ୍ୟାପକଙ୍କୁ ତାଲା ପକାଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭୋଗରାଇ ପୁଲିସ ପହଞ୍ଚି ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ  ଅଟକ ରଖି  ତଦନ୍ତ ଚଳାଇଛି।

Related story