Advertisment

ପରକିୟାପ୍ରୀତିକୁ ନେଇ ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ

ବାଲେଶ୍ୱର(ରଣଜିତ ଚୌଧୁରୀ): ପରକିୟାପ୍ରୀତିକୁ ନେଇ  ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  ପରିବାର ଲୋକ । ଘଟଣା ଘଟିଛି ବାଲେଶ୍ୱରର ରେମୁଣା ଥାନା ଅଧିନସ୍ଥ ରସଲପୁର ଗାଁରେ । ଗତକାଲି ରାତିରେ ଅନ୍ୟ ଏକ ଗାଁରୁ ଟିକନ ଦଳେଇ ନାମକ ବିବାହିତ ପୁରୁଷ ରସଲପୁର ଗାଁରେ ଜଣେ ବିବାହିତା ମହିଳା ନିକଟକୁ ଆସିଥିବାବେଳେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ  ଅନୁପସ୍ଥିତରେ ସେହି ପୁରୁଷ ଜଣକ ଆସିଥିଲେ। ପରେ ମହିଳା ଜଣକ କାହିଁକି ଏଠାକୁ ଆସିଛ […]

ପରକିୟାପ୍ରୀତିକୁ ନେଇ ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ 

bls

Advertisment

ବାଲେଶ୍ୱର(ରଣଜିତ ଚୌଧୁରୀ): ପରକିୟାପ୍ରୀତିକୁ ନେଇ  ବିଦ୍ୟୁତ୍ ଖୁଣ୍ଟରେ ଅଭିଯୁକ୍ତକୁ ବାନ୍ଧିଲେ  ପରିବାର ଲୋକ । ଘଟଣା ଘଟିଛି ବାଲେଶ୍ୱରର ରେମୁଣା ଥାନା ଅଧିନସ୍ଥ ରସଲପୁର ଗାଁରେ । ଗତକାଲି ରାତିରେ ଅନ୍ୟ ଏକ ଗାଁରୁ ଟିକନ ଦଳେଇ ନାମକ ବିବାହିତ ପୁରୁଷ ରସଲପୁର ଗାଁରେ ଜଣେ ବିବାହିତା ମହିଳା ନିକଟକୁ ଆସିଥିବାବେଳେ ଘଟିଛି ଏଭଳି ଘଟଣା । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ  ଅନୁପସ୍ଥିତରେ ସେହି ପୁରୁଷ ଜଣକ ଆସିଥିଲେ। ପରେ ମହିଳା ଜଣକ କାହିଁକି ଏଠାକୁ ଆସିଛ ବୋଲି କହିବାରୁ ପୂର୍ବ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

Advertisment

ପରେ  ସେଠାରୁ ରାଗି ପଳାଇ ଯାଇଥିଲେ ଟିକନ । ହେଲେ ବିଳମ୍ବିତ ରାତିରେ ଟିକନ ପୁଣି ଆସି ପହଞ୍ଚି ଥିଲେ। ।  ଆଉ ରାତିରେ ସ୍ୱାମୀ ବାହାରକୁ ଉଠି ଦେଖିଥିଲା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ମାରପିଟ ହୋଇଥିଲା । ଶେଷରେ ରାତି ୩ଟାରେ ଟିକନଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଇଥିଲେ ପରିବାର ଲୋକ । ଆଉ ସକାଳେ ଥାନାକୁ ଫୋନ କରିଥିଲେ। ହେଲେ ସକାଳ ନଅଟା ପର୍ଯ୍ୟନ୍ତ ପୁଲିସ ନ ପହଂଚିବାରୁ  ଘର ସାମ୍ନାରେ ଥିବା  ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ ପରିବାର ଲୋକେ।

ତେବେ  ଯୁବକ ଜଣକ ଏକ ତରଫା ଭଲପାଇ ହଇରାଣ କରୁଥିବା ମହିଳା ଜଣକ କହୁଥିବାବେଳେ ଅଭିଯୁକ୍ତ  ଯୁବକ ଛଅ ମାସ ତାଙ୍କ ସହିତ ସମ୍ପର୍କ ଅଛି ଏବଂ ଗତକାଲି  ମହିଳା ଜଣକ ତାଙ୍କୁ ଡାକିଥିଲା ବୋଲି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe