Advertisment

ସରିଲା ଟ୍ରାକ୍ ମରାମତି, ଗଡ଼ିଲା ଟ୍ରେନ

ଦୁର୍ଘଟଣା ପଛରେ ଯାହାର ବି ହାତ ରହିଛି ତାଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Train

Train

୫୧ ଘଣ୍ଟାର ନନଷ୍ଟପ୍ ପୁନରୁଦ୍ଧାର କାମ ପରେ ଶେଷରେ ବାହାନଗା ରେ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଛି। ଆଜି ସକାଳେ କିଛି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିଥିବା ସୂଚନା ମିଳିଛି ।କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଉଛି।

Advertisment

ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ସାରିଥିବାରୁ ରେଳବାହୀ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ବୈଷ୍ଣବ। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇପାରିଲା ବୋଲି ସେ କହିଛନ୍ତି। ଏତେ ବଡ଼ ଭୟଙ୍କର ଦୁର୍ଘଟଣା ପଛରେ ଯାହାର ବି ହାତ ରହିଛି ତାଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ପୁନରୁଦ୍ଧାର କାମ ଚାଲିଥିଲା। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ କରାଯାଇଥିଲା। ଏଥିରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଦୁଇ ଦିନ ହେଲା ଖୋଦ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିଲେ। ଦୁର୍ଘଟଣା ପରେ

Advertisment

ପ୍ରଥମ ଚ୍ୟାଲେଂଜ୍ ଭାବେ କ୍ଷତିଗ୍ରସ୍ତ ଧାରଣାକୁ ଟ୍ରାକ୍‌ରୁ ହଟାଯାଇଥିଲା। ଏଥିସହ ୨୧ଟି ଯାକ କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଥିଲା। ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଛିଣ୍ଡି ଯାଇଥିଲା। ସେଗୁଡିକୁ ହଟାଯାଇ ନୂଆ ଖୁଣ୍ଟି ଲଗାଯାଇଥିଲା। ପାଖାପାଖି ୫ଶହ ମିଟରରୁ ୧ କିଲୋମିଟର ଅଂଚଳ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଟ୍ରାକ୍ ପଡ଼ିଥିଲା।

Balasore Train Accident