Advertisment

ବାଇକ ଚୋରଙ୍କ ଭୂଗୋଳ ବଦଳାଇ ଦେଲେ ଗ୍ରାମବାସୀ

ସୋର(ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ । ଏଭଳି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଘଟିଛି। ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଆଜି ସକାଳେ ବାଇକ ଚୋରି କରିବାକୁ ଆସିଥିବା ୩ ଜଣ ଚୋରଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଯାଇଛନ୍ତି l ତେବେ ଜଣେ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ l ପରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଚୋରକୁ ସ୍ଥାନୀୟ ଲୋକମାନେ ନିର୍ଧୁମ ଛେଚି ଥିଲେ । ଧରା ପଡିଥିବା ଚୋରଙ୍କ […]

ଅଦ୍ୟତନ ହୋଇଛି
ବାଇକ ଚୋରଙ୍କ ଭୂଗୋଳ ବଦଳାଇ ଦେଲେ ଗ୍ରାମବାସୀ

tnm

Advertisment

ସୋର(ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ । ଏଭଳି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଘଟିଛି। ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଆଜି ସକାଳେ ବାଇକ ଚୋରି କରିବାକୁ ଆସିଥିବା ୩ ଜଣ ଚୋରଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଯାଇଛନ୍ତି l ତେବେ ଜଣେ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ l

Advertisment

ପରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଚୋରକୁ ସ୍ଥାନୀୟ ଲୋକମାନେ ନିର୍ଧୁମ ଛେଚି ଥିଲେ । ଧରା ପଡିଥିବା ଚୋରଙ୍କ ଘର ଆଲଦିଆ ଅଞ୍ଚଳର ବୋଲି ଜଣାପଡିବା ବେଳେ ଖସି ପଳାଇଥିବା ଅନ୍ୟ ଦୁଇ ଜଣଙ୍କ ଘର ଶ୍ରୀଜଙ୍ଗ ଓ ଓଡଶାଳ ବୋଲି ଜଣାପଡିଛି l ସେମାନଙ୍କ ପାଖରୁ ଗୋଟିଏ ବାଇକ ସହିତ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଖନ୍ତାପଡ଼ା ପୁଲିସ l ଚୋରଟିକୁ ଗ୍ରାମବାସୀମାନେ ଖନ୍ତାପଡ଼ା ପୁଲିସ ଜିମା ଦେବାପରେ ପୁଲିସ ଘଟଣାର ତଦନ୍ତ କରୁଛି ।

Bike Thief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe