/odisha-reporter/media/post_attachments/uploadimage/library/16_9/16_9_0/marriage_1677831413.jpeg)
marriage
ଜଳିନି ଚତୁର୍ଥୀ ହୋମ ନିଆଁ। ତା’ ପୂର୍ବରୁ ନବବଧୂର ମଥାରୁ ଲିଭିଗଲା ସିନ୍ଦୁର। ସଂସାର ଗଢିବା ଆଗରୁ ଜୁଇରେ ଜଳିଲା ସିନ୍ଦୁର। ଦୁଇ ଦିନ ତଳେ ସାତ ଜନମର ସାଥି କରିଥିବା ସାଥୀକୁ ପର କରି ଆରପାରିକୁ ଚାଲିଗଲା ବର। ଆଜି ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଖଡ଼ୁପହି ସାହିରେ।
ଖଡ଼ୁପହି ସାହି ଅଜୟ କୁମାର ଭଞ୍ଜଙ୍କର ବୁଧବାର ଦିନ ଧୁମ୍ଧାମ୍ରେ ବିବାହ ସମ୍ପନ୍ନ ହୋଇଥିଲା। ଆଜି ଚତୁର୍ଥୀ ଥିଲା। ଏଥିପାଇଁ ଭୋଜି ଭାତର ଆୟୋଜନ ଚାଲିଥିଲା। ବନ୍ଧବର୍ଗଙ୍କ ଘୋ ଘାରେ ଘର ଫାଟି ଉଠୁଥିଲା। ନବବଧୂଟି ମଧ୍ୟ ତାର ସାତ ଜନମର ସାଥୀର ବାଟ ଅନାଇ ବସିଥିଲା। ଏହା ଭିତରେ ଯେପରି ଅଜୟଙ୍କ ପରିବାର ଉପରେ ଛିଡ଼ି ପଡ଼ିଥିଲା ଦୁଃଖର ପାହାଡ଼। ପୋଖରୀରୁ ଅଜୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଆଜି ସକାଳେ ଅଜୟ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ବହୁତ ଖୋଜାଖୋଜି କରିବା ପରେ ଅଜୟଙ୍କ ମୃତଦେହ ପୋଖରୀରୁ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଜୟଙ୍କୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ।
ଅଜୟଙ୍କ ମୃତ୍ୟୁ ଖବର ଶୁଣି ଯେପରି ନବବଧୂର ମୁଣ୍ଡରେ ଦୁଃଖର ପାହାଡ ଖସି ପଡ଼ିଥିଲା। ହାତରୁ ମେହେନ୍ଦି, ପାଦରୁ ଅଳତା ଲିଭିନଥିବା ବେଳେ ନବ ବଧୂରୁ ହାତରୁ ଶଙ୍ଖା ଭାଙ୍ଗି ଯାଇଥିବାବେହଳେ ମଥାରୁ ସିନ୍ଦୁର ଲିଭିଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
