Advertisment

ଇଏ ହାଇଦର ନେଟୱର୍କର ‘ହିରୋଇନ’ ଗେଲ୍ଲୀ !

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରୁ ହାଇଦର ଗିରଫ ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ।  ତା’ର ଅପରାଧ ସାମ୍ରାଜ୍ୟର ନେଟୱର୍କ ଭିତରେ ରହିଛନ୍ତି ଏକାଧିକ ଯୁବତୀ।  ସେମାନଙ୍କ ଭିତରେ ଏବେ ଚର୍ଚ୍ଚାରେ ଜଣେ ଆଲବମ୍ ହିରୋଇନ୍ ଅଛନ୍ତି। ହାଇଦର ଫେରାର୍ ମାମଲାରେ ସଂପୃକ୍ତ ଆଲବମ୍ ହିରୋଇନଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବତୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ୧୮ ବର୍ଷିୟ ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ସେ ଏସ୍‌ସିବି ଆସି […]

ଅଦ୍ୟତନ ହୋଇଛି
ଇଏ ହାଇଦର ନେଟୱର୍କର ‘ହିରୋଇନ’ ଗେଲ୍ଲୀ !

Hyder & arrestedd girl Gelhi

Advertisment

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାରୁ ହାଇଦର ଗିରଫ ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ।  ତା’ର ଅପରାଧ ସାମ୍ରାଜ୍ୟର ନେଟୱର୍କ ଭିତରେ ରହିଛନ୍ତି ଏକାଧିକ ଯୁବତୀ।  ସେମାନଙ୍କ ଭିତରେ ଏବେ ଚର୍ଚ୍ଚାରେ ଜଣେ ଆଲବମ୍ ହିରୋଇନ୍ ଅଛନ୍ତି। ହାଇଦର ଫେରାର୍ ମାମଲାରେ ସଂପୃକ୍ତ ଆଲବମ୍ ହିରୋଇନଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବତୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ୧୮ ବର୍ଷିୟ ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ

Advertisment

ସେ ଏସ୍‌ସିବି ଆସି ହାଇଦରଙ୍କୁ ଏକାଧିକ ଥର ଦେଖା କରିଥିବା ସୂଚନା ରହିଛି ।  ତେବେ ଘଟଣା ବିଷୟରେ ଯୁବତୀର ବାପା କହିଛନ୍ତି ଯେ, ଗତ ଡିସେମ୍ବର ୨୭ ତାରିଖରେ ଝିଅ ଭୁବନେଶ୍ୱରରେ ଚାକିରୀ ପାଇଁ ଜିଦ କରି ଯାଇଥିଲେ । ତାଙ୍କ ଝିଅର ମାନସିକ ବିକୃତି ରହିଛି। ସେ ଜଣେ ସାଇକୋ ପେସେଣ୍ଟ। ତେଣୁ ସେ ଆମ କଥା ନମାନି  ଘରୁ ପଳାଇ ଯାଇଥିଲା। ହେଲେ ଫୋନ୍‌ରେ ଯୋଗାଯୋଗରେ ରୁହେ। ଭୁବନେଶ୍ୱରରେ ସେ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି କାମ କରୁଥିଲା।

ତେବେ  ସେ କେନ୍ଦ୍ରାପଡାର ଲକି ନାମକ ଝିଅ ସଂସ୍ପର୍ଶରେ ଆସି ଥିଲା। ହେଲେ ହାଇଦର ସମ୍ପର୍କରେ ଝିଅର କ’ଣ ସମ୍ପର୍କ ଆମେ ଜାଣିନାହୁଁ। ତାକୁ ଫସାଇ ଦିଆଯାଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି। ଅନ୍ୟପଟେ କେବଳ ଅର୍ଚ୍ଚନା ନୁହଁନ୍ତି ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ମଧ୍ୟ ହାଇଦରକୁ ଭେଟିଥିଲେ । ଏପରିକି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ହାଇଦର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ସଂପର୍କ ଥିଲା । ହାଇଦର ଫେରାର ବେଳେ ଏମାନେ ତାସହ ଯୋଗାଯୋଗରେ ଥିଲେ।  କାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର ଲିଙ୍କରେ ଆସିଥିଲେ? ଏହି ଯୁବତୀମାନଙ୍କ ଭୂମିକା କଣ ଥିଲା ତା’ର ତଦନ୍ତ କରୁଛି ପୁଲିସ। ଅନ୍ୟପଟେ ଯେଉଁ କାରରେ ହାଇଦର୍ ଖସିଯାଇଥିଲା, ସେହି କାରକୁ ଆଣି ତାର ମାଲିକାନାକୁ ନେଇ କଟକ ପୁଲିସ ଜାରି ରଖିଛି ଖୋଳତାଡ଼ା ।

Advertisment
Gangster Hyder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe