Advertisment

ଅଳିଆ ଗଦାରେ ରାସନକାର୍ଡ

ସୋର (ନିରଞ୍ଜନ ବେହେରା): ରାସନ୍ କାର୍ଡ ଖଣ୍ଡିଏ ପାଇବା ପାଇଁ ଲୋକଙ୍କୁ ନାହିଁ ନଥିବା ନୟାନ୍ତ ହେବାକୁ ପଡ଼ୁଛି। ଆଉ ଏଭଳି ସ୍ଥିତିରେ ଅଳିଆ ଗଦାରେ ପଡ଼ିଛି ରାସନ୍ କାର୍ଡ। ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ରାସନକାର୍ଡ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ। ଏହି ରାସନକାର୍ଡ ଗୁଡିକ ବ୍ଲକ୍ ପରିସରରେ ଥିବା ଅଳିଆ ଗଦାରୁ ମିଳିଛି। ଖଇରା ବ୍ଲକ ପରିସରରୁ ମିଳିଥିବା ରାସନ କାର୍ଡ ଗୁଡିକ ଲୋକଙ୍କୁ […]

ଅଳିଆ ଗଦାରେ ରାସନକାର୍ଡ

rasan-card

Advertisment

ସୋର (ନିରଞ୍ଜନ ବେହେରା): ରାସନ୍ କାର୍ଡ ଖଣ୍ଡିଏ ପାଇବା ପାଇଁ ଲୋକଙ୍କୁ ନାହିଁ ନଥିବା ନୟାନ୍ତ ହେବାକୁ ପଡ଼ୁଛି। ଆଉ ଏଭଳି ସ୍ଥିତିରେ ଅଳିଆ ଗଦାରେ ପଡ଼ିଛି ରାସନ୍ କାର୍ଡ। ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ରାସନକାର୍ଡ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ। ଏହି ରାସନକାର୍ଡ ଗୁଡିକ ବ୍ଲକ୍ ପରିସରରେ ଥିବା ଅଳିଆ ଗଦାରୁ ମିଳିଛି।

Advertisment

ଖଇରା ବ୍ଲକ ପରିସରରୁ ମିଳିଥିବା ରାସନ କାର୍ଡ ଗୁଡିକ ଲୋକଙ୍କୁ ଦିଆନଯାଇ ଅଳିଆ ଗଦାରେ ପଡିରହିଥିଲା। ଗତ ୫ ବର୍ଷ ପୂର୍ବରୁ ସେହି ଜାଗାରେ ବର୍ଷକ ପାଇଁ ଖଇରା ତହସିଲ କାର୍ଯ୍ୟାଳୟ ଚାଲୁରହିଥିଲା। ପରେ ଏହି ତହସିଲ ନିଜସ୍ୱ ଜାଗାକୁ ଉଠିଯିବା ପରେ ସେହି ଘରଭିତରେ ଖାଉଟି ଓ ଯୋଗାଣ ବିଭାଗର କାର୍ଯ୍ୟାଳୟ ଚାଲୁରହିଥିଲା।

ପରେ ପୁଣି ଏହି ଖାଉଟି ଓ ଯୋଗାଣ ବିଭାଗର କାର୍ଯ୍ୟାଳୟଟି ଅନ୍ୟ ଗୋଟିଏ ଘରକୁ ସ୍ଥାନାନ୍ତର ହୋଇଥିଲା। ଏବେ ସେହି ପୁରୁଣା ଘରଟିକୁ ଭାଙ୍ଗିବା ପରେ ତା ଭିତରେ ଥିବା ୨୦୧୬, ୨୦୧୭ ଓ ୨୦୧୮ ମସିହାର ରାସନକାର୍ଡ ଗୁଡିକ ରହିଥିଲା। ଏହି କାର୍ଡ ଗୁଡିକ ଏକ ଅଳିଆଗଦାରେ ପଡିଥିବା ଦେଖିବାକୁ ମିଳିଛି। ସେହି କାର୍ଡଗୁଡିକ ଗାଁ ଲୋକଙ୍କ ନିକଟରେ ପହଁଞ୍ଚି ନଥିଲା। ହେଲେ ଏବେ ସେଗୁଡ଼ିକୁ ଆମେ ଏହି କାର୍ଡ ଗୁଡିକ ସେମାନଙ୍କୁ ହସ୍ତାନ୍ତର କରାଯାଇଛି।

Advertisment

ସରକାର ଗରିବ ଲୋକଙ୍କୁ ଏହି ରାସନକାର୍ଡ ଯୋଗାଇବା ପାଇଁ ଦେଇଥିବା ବେଳେ ଏହା ଲୋକଙ୍କୁ ବଣ୍ଟା ଯାଇନଥିଲା। ଏ ନେଇ ଖଇରା ବିଡ଼ିଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ଏହି ବାବଦରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ ଏହାର ତଦନ୍ତ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe