ଲୁଟ୍ ପାଇଁ ଫାୟାରିଂ, ୩ ଗୁରୁତର କଟକ ସ୍ଥାନାନ୍ତର

ସୋର (ଓଡ଼ିଶା ରିପୋର୍ଟର): ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଏହି ସଶସ୍ତ୍ର ଡକାୟତି କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ଡକାୟତ ଦଳ ସନାତନ କାମିଳା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି ଦଳ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତଙ୍କୁ ଦେଖି ଘର ଲୋକ ଚିତ୍କାର କରିବା ପରେ […]

firing

Subhransu Sekhar
  • Published: Wednesday, 02 June 2021
  • , Updated: 02 June 2021, 01:13 PM IST

ସୋର (ଓଡ଼ିଶା ରିପୋର୍ଟର): ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଏହି ସଶସ୍ତ୍ର ଡକାୟତି କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ଡକାୟତ ଦଳ ସନାତନ କାମିଳା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ।

ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି ଦଳ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତଙ୍କୁ ଦେଖି ଘର ଲୋକ ଚିତ୍କାର କରିବା ପରେ କିଛି ଗ୍ରାମବାସୀ ଧାଇଁ ଆସିଥିଲେ। ଏହି ସମୟରେ ୩ ଜଣ ଗ୍ରାମବାସୀଙ୍କ ଉପରକୁ ଦୁର୍ବୃତ୍ତ ଫାଇରିଂ କରିଥିବା ସୂଚନା ରହିଛି। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଦୁର୍ବୃତ୍ତମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇ ଖସିଯାଇଥିବା ସୂଚନା ରହିଛି।

ଲୁଟର ଶିକାର ହୋଇଥିବା ସନାତନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା କାମିଳା କହିଛନ୍ତି ରାତିରେ ୬ରୁ ୭ ଜଣ ଲୋକ କବାଟ ତାଡି ତାଙ୍କ ଘର ଭିତରେ ପଶିଥିଲେ। ବାପ ପୁଅ ସଙ୍ଗେ ସଙ୍ଗେ ଉଠି ବିରୋଧ କରିବା ବେଳେ ଦୁର୍ବୃତ୍ତମାନେ ବାପ ପୁଅ ଓ ତାଙ୍କୁ ବାନ୍ଧି ପକାଇଥିଲେ। ପରେ ଆଲମାରୀ ଓ ଗଡ଼ରେଜ ଭାଙ୍ଗି ଦୁର୍ବୃତ୍ତ ମାନେ ସୁନା ଅଳଙ୍କାର ଲୁଟି ନେଇଥିବା ସେ କହିଛନ୍ତି। ଏହି ସମୟରେ ସେମାନେ ଚିତ୍କାର କରିଥିଲେ। କିଛି ଗାଁ ଲୋକେ ଚିତ୍କାର ଶୁଣି ତାଙ୍କ ଘର ପାଖକୁ ଆସିଥିଲେ। ଏହି ସମୟର ଦୁର୍ବୁତ୍ତ ମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁଳି ମାଡ଼ର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି। ସନାତନ ଏବଂ ତାଙ୍କ ପୁଅଙ୍କ ସମେତ ଜଣେ ଗ୍ରାମବାସୀ ଲୁଟେରାଙ୍କ ଗୁଳିମାଡ଼ର ଶିକାର ହୋଇଥିବା ସୂଚନା ରହିଛି। ତିନି ଗୁରୁତରଙ୍କର କାହାର ମୁଣ୍ଡରେ ଗୁଳି ବାଜି ଥିବା ବେଳେ ଆଉ ଜଣଙ୍କ ଛାତିରେ ଗୁଳି ବାଜିଥିବା ଲକ୍ଷ୍ମୀପ୍ରିୟା କାମିଳା କହିଛନ୍ତି। ପ୍ରଥମେ ସେମାନଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ପରେ କଟକ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି।

Related story