Advertisment

ରକ୍ତମୁଖା ବାଘୁଣୀ, ଗୁହାଳରୁ ବାଛୁରୀ ଭିଡ଼ି ନେଲା

ଆଜି ସକାଳୁ ପାୱାରତୋଲା ଗାଁର ଜଣେ ବ୍ୟକ୍ତି ଗୁହାଲରେ ପଶି ବାଛୁରୀକୁ ଟାଣି ନେଇ ଖାଇ ଯାଇଛି।

author-image
Niranjan Mishra
villagers in fear

villagers in fear

ନୂଆପଡ଼ା ସଦର ରେଞ୍ଜ ଅଧୀନ ଆମାନାରା ପଞ୍ଚାୟତରେ କିଛି ଦିନର ନୀରବତା ପରେ ପୁଣି ବାଘୁଣୀ ଆତଙ୍କ। ରକ୍ତମୁଖା ହୋଇଛି ଏହି ବାଘୁଣୀ। ଆଜି ସକାଳୁ ପାୱାରତୋଲା ଗାଁର ଜଣେ ବ୍ୟକ୍ତି ଗୁହାଲରେ ପଶି ବାଛୁରୀକୁ ଟାଣି ନେଇ ଖାଇ ଯାଇଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment

ଗତ ମାସେ ହେବ ଆମାନାରା ପଂଚାୟତ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ସାବକ ସହ ବାଘୁଣୀ ଖାଦ୍ୟ ଅନ୍ୱେଷଣରେ ଆସି ଘୁରି ବୁଲୁଛି। ସେହିଦିନ ଠାରୁ ଆମାନାରା ପଂଚାୟତ ତରିଆମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଆତଙ୍କ ଚଳାଇଛି।

ଗତକାଲି ରାତିରେ ପାୱାରତୋଲା ଗାଁର ଚିଟିରାମ ସତନାମୀ ନିଜ ଗୁହାଲରେ ଗାଈ ଓ ବାଛୁରୀକୁ ବାନ୍ଧି ରଖିଥିଲେ। ବିଳମ୍ବିତ ରାତିରେ ବାଘୁଣୀ ମୁଷରଙ୍ଗୀ ଜଙ୍ଗଲରୁ ଶିକାର ପାଇଁ ବାହାରିଥିଲା। ପାୱାରତୋଲା ଗାଁର ଚିଟିରାମଙ୍କ ଗୁହାଳରେ ପଶି ବାଛୁରୀ ଶୀକାର କରିଛି। ବାଛୁରୀକୁ ଗୁହାଳରୁ ବାହାରକୁ ଟାଣି ନେଇ ଖାଇ ଯାଇଛି।

Advertisment

ଖବର ପାଇ ସୁଦ୍ଧା ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଂଚିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ରିପୋର୍ଟ- ନୂଆପଡାରୁ ମାୟାଧର ସରାଫ

Tiger Attack