Advertisment

ଇଟା ଭାଟିରେ ଅଘଟଣ, ଶିଶୁ ଉପରେ ଚଢ଼ିଗଲା ଟ୍ରାକ୍ଟର

ମା’ ଓ ବାପା କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଇଟା ନେବା ପାଇଁ ଭାଟିକୁ ଆସି ଥିଲା। ଏହି ସମୟରେ ଶିଶୁମାନେ ଖେଳୁଥିଲେ। ହଠାତ୍ ଦେଖିବା ବେଳକୁ ଏହି ଟ୍ରାକ୍ଟର ଆଗ ଚକରେ ଚାପି ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି।

ଅଦ୍ୟତନ ହୋଇଛି
9 year old boy mother

9 year old boy mother

Advertisment

ଇଟା ଭାଟିରେ ଅଘଟଣ। ଟ୍ରାକ୍ଟର ତଳେ ଚାପି ହୋଇ ୯ ବର୍ଷର ଶିଶୁ ମୃତ। ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ଶେଖରଖାରପୁର ପଂଚାୟତରେ ଥିବା ଏକ ବେଆଇନ ଇଟା ଭାଟିରେ ଏହି ଘଟଣା ଘଟିଛି। ମୃତକ ଏଠାରେ ଶ୍ରମିକ ଭାବେ କାମ କରୁଥିବା ଆମ୍ବିତ୍ କୁମାର ସିଂହ ଓ ସୁଷମା ଦେବୀଙ୍କ ପୁଅ ବୋଲି ଜଣାପଡ଼ିଛି।

Advertisment

ଗୀତା ନାମକ ଉକ୍ତ ଇଟା ଭାଟିରେ ବିହାରର ଏହି ପରିବାର ଦୀର୍ଘ ବର୍ଷ ହେବ କାମ କରି ଆସୁଥିଲେ। ତାଙ୍କର ୪ଟି ଶିଶୁ ରହିଛନ୍ତି। ମା’ ଓ ବାପା କାମ କରୁ ଥିବା ବେଳେ ଏକ ଟ୍ରାକ୍ଟର ଇଟା ନେବା ପାଇଁ ଭାଟିକୁ ଆସିଥିଲା। ଏହି ସମୟରେ ଶିଶୁମାନେ ଖେଳୁଥିଲେ। ହଠାତ୍ ଦେଖିବା ବେଳକୁ ଏହି ଟ୍ରାକ୍ଟର ଆଗ ଚକରେ ଚାପି ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି। ଭୟରେ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା।

ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜଳେଶ୍ୱର ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା।

Advertisment

ତେବେ ଜଳେଶ୍ୱର ଅଞ୍ଚଳରେ ବେଆଇନ୍ ଇଟା ଭାଟି ବଢ଼ି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ୍ ବସିବା ସାଧାରଣରେ ଅଲୋଚନାର ବିଷୟ ହୋଇଛି। କିଛିଦିନ ତଳେ ଜିଲ୍ଲାପାଳ ଭାଉସାହେବ ସିନ୍ଧେ ବେଆଇନ ଇଟା ଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଏହି ସମୟରେ ସେ କହିଥିଲେ, ରେମୁଣା, ବାଲେଶ୍ୱର ଓ ଜଳେଶ୍ୱର ଅଞ୍ଚଳରେ ଥିବା ସମସ୍ତ ବେଆଇନ୍ ଇଟା ଭାଟି ମାଲିକଙ୍କୁ ନୋଟିସ୍ କରାଯାଇଛି। ଖୁବ୍‌ଶୀଘ୍ର ବାଲିଆପାଳରେ ଥିବା ଇଟା ଭାଟିଗୁଡ଼ିକୁ ମଧ୍ୟ ନୋଟିସ୍‌ କରାଯିବ।

ହେଲେ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉ ନ ଥିବାରୁ ଆଜି ଜଣେ ନାବାଳକ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

Accident Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe