Advertisment

ବେହୋସ୍ ଦନ୍ତା ହଠାତ୍ ଉଠି ଆକ୍ରମଣ କଲା, ଫରେଷ୍ଟ ଗାର୍ଡ ଗୁରୁତର

କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଂଚଳରେ କିଛିଦିନ ହେବ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ବନବିଭାଗ ଜଗିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
forest guard critically injured

forest guard critically injured

ହାତୀକୁ ଚିକିତ୍ସା କରୁଥିବା ବେଳେ ଅଘଟଣ। ଅସୁସ୍ଥ ଦନ୍ତା ହାତୀର ପାଲଟା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି। ନୀଳଗିରି କୁଲଡିହା ଅଭୟାରଣ୍ୟରେ ଆଜି ଏହି ଘଟଣା ଘଟିଛି।

Advertisment

ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଶଶିକଳା ସାହୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ଭାବେ ତାଙ୍କୁ ନୀଳଗିରି ମେଡ଼ିକାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହାତୀ ଆକ୍ରମଣରେ ପଂଚଲିଙ୍ଗେଶ୍ୱର ବିଟ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ମଧ୍ୟ ଆହତ ହୋଇଛନ୍ତି।

କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଂଚଳରେ କିଛିଦିନ ହେବ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ବନବିଭାଗ ଜଗିଥିଲା। ଟ୍ରାଙ୍କୁଲାଇଜ କରି ତାକୁ ଚିକିତ୍ସା ପାଇଁ ଟିମ ୪ ଦିନ ହେବ ମୁତୟନ ଥିଲା। ଆଜି ଟ୍ରାଙ୍କୁଲାଇଜ କରି ହାତୀର ଚିକିତ୍ସା କରିବାକୁ ଯାଉଥିବାବେଳେ ହାତୀଟି ପାଲଟା ଆକ୍ରମଣ କରିଥିଲା। ଟ୍ରାଙ୍କୁଲାଇଜର ପ୍ରଭାବ ହାତୀ ଉପରେ ପଡ଼ିନଥିବାରୁ ସେ ବେହୋସ ହୋଇନଥିଲା।

Advertisment

ଅଭୟାରଣ୍ୟର ବଡମ୍ବାଠାରେ ହାତୀକୁ ଟ୍ରାକିଂ କରି ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରିବା ପାଇଁ ବନ ବିଭାଗ ଜଗିଥିବା ବେଳେ ଏହି ଅଘଟଣ ଘଟିଛି।

Elephant Attack Escape Elephant Attack