Advertisment

ରାସ୍ତାରେ ଛିଡ଼ା ହୋଇଥିଲା କ୍ଷୀର ବୋଝେଇ ଟ୍ରକ୍‌, ପଛରୁ ପିଟିଲା ଟ୍ରକ୍‌

ଡ୍ରାଇଭର ପାର୍ଶ୍ୱ ଡୋର ଖୋଲା ଥିବା ବେଳେ ହେଲପର ମଧ୍ୟ ସେଠାରେ ଛିଡ଼ା ହୋଇଥିଲେ। ଉଭୟ ଗପରେ ମାତିଥିବା ବେଳେ ପଛରୁ ଏକ ଟ୍ରକ୍‌ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା।

author-image
Niharika Rout
undefined

accident

କ୍ଷୀର ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌। ଫଳରେ କ୍ଷୀର ବୋଝେଇ ଟ୍ରକ୍‌ର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ହେଲପର। ଏପରି ଏକ ଦୁର୍ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ ଘଟିଛି।

Advertisment

ଆଜି ସକାଳେ ବାଲିଆପାଳରୁ ଏକ କ୍ଷୀର ବୋଝେଇ ଟ୍ରକ୍‌ କଟକ ଅଭିମୁଖେ ଯାଉଥିଲା। ତଳନଗର ନିକଟରେ ଗାଡ଼ିଟି ଅଟକିଥିଲା। ଏହି ସମୟରେ ଡ୍ରାଇଭର ପାର୍ଶ୍ୱ ଡୋର ଖୋଲା ଥିବା ବେଳେ ହେଲପର ମଧ୍ୟ ସେଠାରେ ଛିଡ଼ା ହୋଇଥିଲେ। ଉଭୟ ଗପରେ ମାତିଥିବା ବେଳେ ପଛରୁ ଏକ ଟ୍ରକ୍‌ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା।

ଏହାଦେଖି ହେଲପର ଦୌଡ଼ି ପଳାଇଥିବା ବେଳେ ପଛ ଟ୍ରକ୍‌ଟି କ୍ଷୀର ବୋଝେଇ ଟ୍ରକ୍‌କୁ ପିଟିଥିଲା। ଫଳରେ ଡୋରଟି ଜୋରରେ ଡ୍ରାଇଭରଙ୍କ ଉପରେ ବାଜି ଛିଟିକକି ହେଲପରଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରତର ଥିବା ଜଣାଯାଇଛି।

Advertisment

ଉଭୟ ଡ୍ରାଇଭର ଓ ହେଲପରଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭର ଫେରାର ହୋଇ ଯାଇଛି ।

Balasore Accident Road Accident Driver Lost Life