Advertisment

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ସୋର (ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାଜ୍ୟ ରାଜପଥର ନହଙ୍ଗ କଲେଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଗରପଡା ଥାନା ଅଧିନ ପାଟକନା ଗ୍ରାମର ବାଇଧର ବାରିକ ଏବଂ ଈଶ୍ୱର ଭୂତିଆ ନାମକ ଦୁଇଜଣ ଯୁବକ ବାଇକ ଯୋଗେ ଖଇରାରୁ ଆଗରପଡା ଅଭିମୁଖେ ଯାଉଥିଲେ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

accident

ସୋର (ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାଜ୍ୟ ରାଜପଥର ନହଙ୍ଗ କଲେଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହା ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଆଗରପଡା ଥାନା ଅଧିନ ପାଟକନା ଗ୍ରାମର ବାଇଧର ବାରିକ ଏବଂ ଈଶ୍ୱର ଭୂତିଆ ନାମକ ଦୁଇଜଣ ଯୁବକ ବାଇକ ଯୋଗେ ଖଇରାରୁ ଆଗରପଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ଔପଦା ଥାନା ନରଣପୁର ଗ୍ରାମର ନରେନ୍ଦ୍ର ମାଝୀ ବାଇକ ଯୋଗେ କୁପାରୀରୁ ଖଇରା ଅଭିମୁଖେ ଆସୁଥିଲେ। ନହଙ୍ଗ କଲେଜ ନିକଟରେ ଉଭୟ ଦୃତ ଗାମି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣା ସ୍ଥଳରେ ତିନି ଜଣ ବ୍ୟକ୍ତି ଗୁରୁତର ହୋଇପଡି ଥିଲେ। ଘଟଣା ସ୍ଥଳରେ ଖଇରା ଅଗ୍ନିଶମ ବାହିନୀ ପହଞ୍ଚି ତିନିଜଣ ଗୁରୁତରଙ୍କୁ ଖଇରା ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ନରଣପୁର ଗ୍ରାମର ନରେନ୍ଦ୍ର ଏବଂ ପାଟକନା ଗ୍ରାମର ଈଶ୍ୱରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବାଇଧରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଖଇରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Advertisment
Accident Roadaccident