ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ୟାଶ୍ରମରୁ ଚମ୍ପଟ୍ ହୋଇଥିବା ଦୁଇ ୨ ଝିଅ ଉଦ୍ଧାର ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରର କସ୍ତୁରବା କନ୍ୟାଶ୍ରମରେ। ଏହି ଆଶ୍ରମରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ଦୁଇ ଝିଅ। ଯାହା ପରେ ସେମାନେ ଏହାର ଅଭିଯୋଗ ଜିଲ୍ଲାପାଳ ନିକଟରେ କରିବାକୁ ଯାଉଥିଲେ।
ତେବେ ଦୁହେଁ ବସଷ୍ଟାଣ୍ଡ ପାଖରେ ବସି କାନ୍ଦୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଯାହା ପରେ ପୁଲିସକୁ ସେମାନେ ଖବର ଦେଇଥିଲେ। ସହଦେବଖୁଣ୍ଟା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ୨ ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ଓ ଜଣେ ସାବାଳିକା ବୋଲି ଜଣାପଡ଼ିଛି।
ଉକ୍ତ କନ୍ୟାଶ୍ରମରେ ବହୁତ ନିର୍ଯାତନା ଦିଆଯିବା ସହ ସେଠାରେ ଭଲଭାବେ ଖାଇବାକୁ ଦିଆଯାଉ ନାହିଁ ଏବଂ ବିନା କାରଣରେ ମାଡ଼ ମରାଯାଉଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ନିର୍ଯାତନା ଅଭିଯୋଗ କଲେ ମାଡ଼ ମାରୁଥିବା କହିଛନ୍ତି ଉଦ୍ଧାର ହୋଇଥିବା ଯୁବତୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ବଲ୍ ପାଇଁ ସାନ ଭାଇ ସହିତ ହୋଇଥିଲା ଝଗଡ଼ା, ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ପଞ୍ଚମ ଶ୍ରେଣୀରେ ପଢୁଥିବା ସାନ ଭାଇ ବୁଝି ଯାଇଥିଲେ, କିନ୍ତୁ ଯୁକ୍ତ ଦୁଇରେ ପଢୁଥିବା ଗୌତମ ବୁଝି ନଥିଲେ।

Accident
ବାପାଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରାକ୍ଟର, ୬ ବର୍ଷର ଶିଶୁ କନ୍ୟା ମୃତ
ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଧକ୍କାରେ ପ୍ରଦୀପ ଓ ସୁପ୍ରିୟା ବାଇକ୍ରୁ ଛିଟିକି ପଡ଼ିଥିଲେ।

Miscellaneous
ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ
ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ।
Crime
ଧରମ ବାପା ଥିଲେ; ସ୍ୱାମୀ କରିବାକୁ ଚାହୁଁଛି !
୨୫ ବର୍ଷୀୟ ଯୁବତୀଙ୍କୁ ଧରମ ଝିଅ କରିଥିଲେ। ପରେ ତାଙ୍କୁ ନିଜଘରକୁ ନେଇ ଯାଇଥିଲେ। ନିଜ ଝିଅ ଠାରୁ ଅଧିକ ଯତ୍ନ ନେଉଥିଲେ। ହେଲେ କିଛି ଦିନର ରହଣୀ ଭିତରେ ସେ ଧରମ ଝିଅ ଉପରେ ପାପ ନଜର ପକାଇ ଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ।