balasore
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ୟାଶ୍ରମରୁ ଚମ୍ପଟ୍ ହୋଇଥିବା ଦୁଇ ୨ ଝିଅ ଉଦ୍ଧାର ହୋଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରର କସ୍ତୁରବା କନ୍ୟାଶ୍ରମରେ। ଏହି ଆଶ୍ରମରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ଦୁଇ ଝିଅ। ଯାହା ପରେ ସେମାନେ ଏହାର ଅଭିଯୋଗ ଜିଲ୍ଲାପାଳ ନିକଟରେ କରିବାକୁ ଯାଉଥିଲେ।
ତେବେ ଦୁହେଁ ବସଷ୍ଟାଣ୍ଡ ପାଖରେ ବସି କାନ୍ଦୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଯାହା ପରେ ପୁଲିସକୁ ସେମାନେ ଖବର ଦେଇଥିଲେ। ସହଦେବଖୁଣ୍ଟା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ୨ ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ଓ ଜଣେ ସାବାଳିକା ବୋଲି ଜଣାପଡ଼ିଛି।
ଉକ୍ତ କନ୍ୟାଶ୍ରମରେ ବହୁତ ନିର୍ଯାତନା ଦିଆଯିବା ସହ ସେଠାରେ ଭଲଭାବେ ଖାଇବାକୁ ଦିଆଯାଉ ନାହିଁ ଏବଂ ବିନା କାରଣରେ ମାଡ଼ ମରାଯାଉଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ନିର୍ଯାତନା ଅଭିଯୋଗ କଲେ ମାଡ଼ ମାରୁଥିବା କହିଛନ୍ତି ଉଦ୍ଧାର ହୋଇଥିବା ଯୁବତୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/balasore-1.jpg)