Advertisment

ITR ତଥ୍ୟ ଲିକ୍ ଘଟଣା: ବାବୁରାମକୁ ଜେରା କଲା ଆଉ ୨ଟି ଗୁଇନ୍ଦା ଟିମ୍‌

ଓଡ଼ିଶା ପୁଲିସ୍‌ ସମେତ ଅନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହରେ ୨ଟି କେନ୍ଦ୍ରୀୟ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଆନ୍ଧ୍ରପ୍ରଦେଶ ଓ ବାୟୁସେନାର ଗୁଇନ୍ଦା ଟିମ ବାଲେଶ୍ୱରରେ ପହଞ୍ଚି ବାବୁରାମ କେଉଁ ସବୁ ତଥ୍ୟ ଶତ୍ରୁପକ୍ଷକୁ ଦେଇଛି, ତା’ର ଖୋଳତାଡ଼ ଆରମ୍ଭ କରିଛନ୍ତି।

ITR

ITR

Advertisment

ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆରର ବାବୁରାମ ଦେକୁ ଜେରା କରୁଛନ୍ତି ଏକାଧିକ ଟିମ୍‌। ଓଡ଼ିଶା ପୁଲିସ୍‌ ସମେତ ଅନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହରେ ୨ଟି କେନ୍ଦ୍ରୀୟ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଆନ୍ଧ୍ରପ୍ରଦେଶ ଓ ବାୟୁସେନାର ଗୁଇନ୍ଦା ଟିମ ବାଲେଶ୍ୱରରେ ପହଞ୍ଚି ବାବୁରାମ କେଉଁ ସବୁ ତଥ୍ୟ ଶତ୍ରୁପକ୍ଷକୁ ଦେଇଛି, ତା’ର ଖୋଳତାଡ଼ ଆରମ୍ଭ କରିଛନ୍ତି।

Advertisment

ବାବୁରାମକୁ ଛାଡ଼ି ତଥ୍ୟ ଲିକ୍‌ ଘଟଣାରେ ଆହୁରି ୨/୩ ଜଣ ସାମିଲ ଥିବା ସନ୍ଦେହ କରାଯାଉଛି। ସେହିପରି ତଥ୍ୟ ଲିକ୍‌ ପାଇଁ ବାବୁରାମକୁ ମଧ୍ୟ କିଛି ଆର୍ଥିକ ସହାୟତା ମିଳିଥିଲା ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏଯାଏ ଏନେଇ କୌଣସି ଠୋସ ପ୍ରମାଣ ମିଳିନି। ବାବୁରାମର ରିମାଣ୍ଡ ଅବଧି ଆସନ୍ତାକାଲି ସରୁଥିବାରୁ ତା’ଠାରୁ ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଚାଲିଥିବା ବାଲେଶ୍ୱର ଏସ୍‌ପି ସାଗରିକା ନାଥ ପ୍ରେସ କନଫରେନ୍ସ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍‌ ଘଟଣାରେ ରୁଜୁ ମାମଲାର ଅଭିଯୁକ୍ତକୁ ରିମାଣ୍ତରେ ଆଣି ଗଲା ୨ ଦିନ ହେଲା ମାରାଥନ ଜେରା କରାଯାଇଛି। ଜେରା ବେଳେ କିଛି ଅତିରିକ୍ତ ତଥ୍ୟ ମିଳିଛି। ମିଳିଥିବା ତଥ୍ୟର ସତ୍ୟାସତ୍ୟ ଓ ମୋବାଇଲ୍‌ରୁ ପଠାଯାଇଥିବା ତଥ୍ୟର ନିର୍ଯାସରେ ପହଞ୍ଚିବା ପାଇଁ ଉଦ୍ୟମ ଚାଲିଛି।

Advertisment

ଆମ ଟିମ ସହ ଆନ୍ଧ୍ର ପ୍ରଦେଶ ଓ ଭାରତୀୟ ବାୟୁସେନାର ଗୁଇନ୍ଦା ଟିମ ତଦନ୍ତରେ ସାମିଲ ହୋଇଛନ୍ତି। ୩ଟି ଯାକ ଟିମ ମିଳିତ ଭାବେ ଅଭିଯୁକ୍ତକୁ ଜେରା କରୁଛନ୍ତି। ଅଭିଯୁକ୍ତ ଠାରୁ ମୋବାଇଲ ଓ ଲ୍ୟାପଟପ ଭଳି ୬ଟି ବୈଦ୍ୟୁତିକ ଜିନିଷ ସିଜ୍‌ କରାଯାଇଛି। ଏହାର ଫରେନ୍ସିକ ଓ ଟେକ୍ନିକାଲ ବିଶ୍ଲେଷଣ କରାଯିବ। ଦିଲ୍ଲୀ କିମ୍ବା କୋଲକାତାକୁ ଏଗୁଡ଼ିକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ଆସନ୍ତକାଲି ରିମାଣ୍ଡ ସରୁଥିବାରୁ ଅଧିକର ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରାଯାଉଛି। ଅର୍ଥନୀତିକ କାରବାର ନେଇ କିଛି ତଥ୍ୟ ମିଳିଛି। ଯଦି ଦରକାର ପଡ଼େ ଆହୁରି ଅଧିକ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ।

ଏହି ତଥ୍ୟ ଲିଙ୍କ ଘଟଣାରେ ଆନ୍ଧ୍ର ପ୍ରଦେଶର ଲିଙ୍କ ଥିବା ଜଣାପଡ଼ିବା ପରେ ସେଠାକାର ଗୁଇନ୍ଦା ଟିମ ଏଠାକୁ ଆସିଛି। ଦେଶ ବାହାରୁ କିମ୍ବା ରାଜ୍ୟ ବାହାରୁ ଆର୍ଥିକ କାରବାର ରହିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନି। ଏହାର ଲିଙ୍କକୁ ପ୍ରମାଣ କରିବା ପାଇଁ ଆମେ ଆନ୍ଧ୍ର ପ୍ରଦେଶ ଟିମର ସହାୟତା ନେଇଛୁ।

ଅଭିଯୁକ୍ତ ଲିଙ୍କରେ ଆଉ କେଉଁମାନେ ରହିଛନ୍ତି, ତା’ର ଯାଞ୍ଚ କରାଯାଉଛି। ଗିରଫ ଅଭିଯୁକ୍ତ ଜଣଙ୍କ ଆଇଟିଆରର ଟେଲି ମେଟ୍ରି ସହ ଜଡ଼ିତ ବିଭାଗରେ କାମ କରୁଥିଲେ। ଟେକ୍ନିକାଲ ଅଫିସର ଭାବେ ସେ ନିଯୁକ୍ତି ପାଇଥିଲେ। ହନିଟ୍ରାପ୍‌ ଗ୍ୟାଙ୍ଗରେ କାମ କରୁଥିବା ସମସ୍ତ ଲୋକଙ୍କୁ ଧରିବା ପାଇଁ ଆମେ ସବୁ କେନ୍ଦ୍ରୀୟ ଏଜେନ୍ସିର ସହଯୋଗ ଲୋଡ଼ିଛୁ। ଘଟଣାର ବିସ୍ତୃତ ତଦନ୍ତ କରାଯାଉଛି।”

ସୂଚନାଯୋଗ୍ୟ, ଗୁଇନ୍ଦାଗିରି ଅଭିଯୋଗରେ ବାବୁରାମ ଦେକୁ ଫେବୃଆରୀ ୨୪ରେ ଗିରଫ କରାଯାଇଥିଲା। ଫେବୃଆରୀ ୨୫ ତାକୁ ବାଲେଶ୍ୱର ପୁଲିସ୍‌ ଜେଏମଏଫସିର ସିଟି କୋର୍ଟରେ ହାଜର କରି ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଏସ୍‌ଡିଜେଏମ୍ ତାକୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

Odisha Balasore Interrogation DRDO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe