Advertisment

ମାଟ୍ରିକ୍‌ ପରୀକ୍ଷା ଦେବା ପରିବର୍ତ୍ତେ ବାହା ହୋଇଗଲେ ଦୁଇ ଛାତ୍ରୀ!

ସୋର ବ୍ଲକ ମଦନମୋହନ ସରସ୍ୱତୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୭ ଜଣ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଥିଲେ। ମାତ୍ର ସେଥିରୁ ୩୨ ଜଣ ଛାତ୍ରୀ ପରୀକ୍ଷା ଦେଉଛନ୍ତି। ବାକି ୫ ଜଣ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି।

Child Marriage

Child Marriage

Advertisment

ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ହେଲେ ପରୀକ୍ଷା ଦେଲେ ନାହିଁ। ବୁଝିଲା ବେଳକୁ ସେମାନେ ବାହା ହୋଇଗଲେଣି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରୁ। ସେପଟେ କିନ୍ତୁ ବାହାଘର କଥାକୁ ଛାତ୍ରୀଙ୍କ ପରିବାର ଲୋକ ଖଣ୍ଡନ କରିଛନ୍ତି।

Advertisment

ସୋର ବ୍ଲକ ମଦନମୋହନ ସରସ୍ୱତୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୭ ଜଣ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଥିଲେ। ମାତ୍ର ସେଥିରୁ ୩୨ ଜଣ ଛାତ୍ରୀ ପରୀକ୍ଷା ଦେଉଛନ୍ତି। ବାକି ୫ ଜଣ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି। ଅନୁପସ୍ଥିତ ଥିବା ଛାତ୍ରୀଙ୍କ ମଧ୍ୟରୁ ତିନି ଜଣ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବେଳେ ଦୁଇ ଛାତ୍ରୀ ବିବାହ କରିଥିବା ଜଣାପଡ଼ିଛି। ଦୁଇ ଛାତ୍ରୀଙ୍କ ବିବାହ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି। ତେବେ ପରିବାର ଲୋକେ କିନ୍ତୁ ବିବାହ କଥାକୁ ଖଣ୍ଡନ କରିଛନ୍ତି। ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅ ମାମୁ ଘରକୁ ପଳାଇ ଯାଇଛି। ସେଠାରେ ରହି ପାଠ ପଢ଼ୁଛି ବୋଲି ଜଣେ ଅଭିଭାବକ କହିଛନ୍ତି। ତେବେ ଏଥିରେ କେତେ ସତ୍ୟତା ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଠିକ୍‌ ସେହିପରି ଭୋଗରାଇ ବ୍ଲକ୍‌ରେ ୧୨୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଚଳିତବର୍ଷ ମୋଟ୍‌ ୨୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ହଜାର ୬୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିବା ବେଳେ ୧୨୬ ଜଣ ଛାତ୍ରୀ ପରୀକ୍ଷା ଦେଉନାହାନ୍ତି। ତେବେ କଣ ପାଇଁ ପିଲାମାନେ ପରୀକ୍ଷା ଦେଉନାହାନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment
Matric Exam Balasore Odisha 10th Board Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe