Advertisment

ସ୍କୁଲରୁ ଫେରୁଥିଲେ ଦୁଇ ଭଉଣୀ, ରାସ୍ତାରୁ ଉଠାଇ ନେଲେ ଦୁଇ ଯୁବକ

ଦୁଇ ଦିନ ପରେ ଘରକୁ ଫେରି କଳା ରାତିର କଳା କାହାଣୀ ବର୍ଣ୍ଣନା କଲେ ଦୁଇ ଭଉଣୀ

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Rape

ସ୍କୁଲରୁ ଘରକୁ ଫେରୁଥିଲେ ଦୁଇ ସମ୍ପର୍କୀୟ ଭଉଣୀ! କେତେ କଥା ହେଉଥିଲେ। ହେଲେ ହଠାତ୍‌ ସେମାନଙ୍କ ଆଗରେ ଉଭା ହେଲେ ଦୁଇ ମାଂସ ଲୋଭି ରାକ୍ଷସ! ସେମାନଙ୍କୁ ବଳପୂର୍ବକ ଏକ ବୋରେଲୋରେ ଅପହରଣ କରିନେଲେ। ଲଜରେ ରଖି ରାତି ସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଆସିଛି।

Advertisment

ଅଭିଯୋଗରୁ ପ୍ରକାଶ, ସୋର ଥାନା ଅଞ୍ଚଳର ଦୁଇ ସମ୍ପର୍କୀୟ ଭଉଣୀ ମଙ୍ଗଳବାର ସ୍କୁଲ ଯାଉଥିଲେ। ଅପରାହ୍ନରେ ସ୍କୁଲରୁ ଫେରିଲା ବେଳେ ଅଧା ରାସ୍ତାରେ ଦୁଇ ଭଉଣୀଙ୍କୁ ଦୁଇ ଜଣ ଯୁବକ ବୋଲେରୋରେ ଆସି ଉଠାଇ ନେଇଥିଲେ। ପରେ ସେମାନଙ୍କୁ ସୋର ଅଞ୍ଚଳରେ ଥିବା ଏକ ଲଜ୍‌ରେ ରଖି ରାତି ସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଝିଅ ଘରକୁ ନଫେରିବାରୁ ଚିନ୍ତିତ ହୋଇପଡ଼ିଥିଲେ ପରିବାର ଲୋକେ। ଚାରିଆଡ଼େ ଖୋଜିଥିଲେ। ମାତ୍ର ଦୁଇ ଭଉଣୀଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ। ଶେଷରେ କିଛି ଉପାୟ ନପାଇ ପରିବାର ଲୋକ ଅନନ୍ତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁଇ ଭଉଣୀଙ୍କୁ ଖୋଜାଖୋଜି କରିଥିଲା।

Advertisment

ଗୁରୁବାର ସନ୍ଧ୍ୟା ବେଳେ ହଠାତ୍‌ ଦୁଇ ଭଉଣୀ ଘରେ ପହଞ୍ଚିଥିଲେ। ପରିବାର ଲୋକ କିଛି ପଚାରିବା ପୂର୍ବରୁ କଳା ରାତିର କଳା କାହାଣୀକୁ ବର୍ଣ୍ଣନା କରିଥିଲେ ଦୁଇ ଭଉଣୀ। ଝିଅଙ୍କଠାରୁ ଏକଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏଥର ପରିବାର ଲୋକେ ଅନନ୍ତପୁର ଫାଣ୍ଡିକୁ ନଯାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି। ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଛି। ବର୍ତ୍ତମାନ ସୁଦ୍ଧା ତାର ପତ୍ତା ପାଇନି ପୁଲିସ୍‌।

ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ

Odisha Balasore Crime Minor Raped