ସୋର(ନିରଞ୍ଜନ ବେହେରା):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଆଗୁଆନସାହି ଗାଁରେ କରୋନା ଟିକା ନେଉନାହାନ୍ତି ଲୋକେ। କରୋନା ଟିକା ନେଲେ କିଛି ଲୋକଙ୍କୁ ଜ୍ୱର ହେଉଥିବାରୁ ଲୋକ ମାନେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କ କହିବା କଥା ଟିକା ନେଲେ ଲୋକମାନେ ମରିଯାଉଛନ୍ତି ।
ଟିକା ନେବା ପାଇଁ ବାରମ୍ବାର ଗାଁର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ବୁଝାଉଥିବା ବେଳେ ସେମାନେ କିନ୍ତୁ ଟିକା ନେବାକୁ ନାରାଜ। ଏଥି ସହିତ ଟିକା ନ ନେବାକୁ ଅନେକ ବାହାନା କରୁଛନ୍ତି । ଗାଁ ରେ ପାଖାପାଖି ୮ ଶହ ରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୫ ଜଣ ଟିକା ନେଇଛନ୍ତି ।
ଅନ୍ୟ କିଛି କିଛି ସ୍ଥାନରେ ଟିକା ପାଇଁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ବିପରୀତ କଥା ଦେଖିବାକୁ ମିଳିଛି । ଆଉ ସେମାନଙ୍କ କହିବା କଥା ଯଦି ସେମାନେ ଟୀକା ନେବେ ତେବେ ସେମାନେ ଅଳ୍ପ ଦିନ ବଞ୍ଚିବେ । ଯେହେତୁ ପାହାଡ଼ର ପାଦଦେଶରେ ଏହି ଗାଁ ରହିଛି ତେବେ ସେମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ ହୋଇପଡିଛି । ଅନ୍ୟପଟେ ସଚେତନ ନଥିବା ଶୁଣି କିଛି ସାମ୍ବାଦିକ ବନ୍ଧୁ ମାନେ ସେମାନଙ୍କୁ ସଚେତନ କରିବା ସହିତ ଟୀକା ନେବାକୁ ପରାମର୍ଶ ଦେଇଛନ୍ତି ।