Advertisment

ଦୁର୍ଘଟଣାସ୍ଥଳ ବୁଲିଲେ ମମତା ବନାର୍ଜୀ, ନିଜ ରାଜ୍ୟର ମୃତକଙ୍କ ପାଇଁ ଘୋଷଣା କଲେ ୫ଲକ୍ଷ

ଆଜି ସକାଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।

ଅଦ୍ୟତନ ହୋଇଛି
Train Accdent

Train Accdent

Advertisment

ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଦାବି କରିଛନ୍ତି। 

Advertisment

ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି ମମତା କହିଛନ୍ତି।

 ମମତା ଆହୁରି କହିଛନ୍ତି, ଯେ ପର୍ଯ୍ୟନ୍ତ ଉଦ୍ଧାର କାମ ନ ସରିଛି ପଶ୍ଚିମବଙ୍ଗ ସରକାର ଓଡ଼ିଶା ସରକାରଙ୍କୁ ସମସ୍ତ ସହାୟତା ଯୋଗାଇଦେବ। ଦୁର୍ଘଟଣାସ୍ଥଳକୁ ପଶ୍ଚିମବଙ୍ଗରୁ ୭୦ ଆମ୍ବୁଲାନ୍ସ ଓ ୨ଟି ବସ୍‌ ଯୋଗାଇ ଦିଆଯାଇଥିଲା। ଯେଉଁମାନେ ଅଳ୍ପ ଗୁରୁତର ହୋଇଥିଲେ ସେମାନେ ଏହି ୨ଟିବସ୍‌ରେ ପଶ୍ଚିମବଙ୍ଗ ପଠାଇ ଦିଆଯାଇଛି।  

Advertisment

ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା ଥିଲେ ଏତେ ବଡ଼ ଦୁର୍ଘଟଣା ଘଟିନଥାନ୍ତି ବୋଲି ମମତା କହିଛନ୍ତି। ଏହାସହ ଉଦ୍ଧାରକାରୀ ଦଳକୁ ମମତା ଧନ୍ୟବାଦ  ଜଣାଇଛନ୍ତି। 

ଆଜି ସକାଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଘଟଣାସ୍ଥଳ ପରିଦଶର୍ନ କରିବେ। ଏହାହାପରେ ପ୍ରଧାନମନ୍ତ୍ରୀ ଗୁରୁତରମାନେ ଚିକିତ୍ସିତ ହେଉଥିବା କଟକ ଏସସିବି ମେଡିକାଲ କଲେଜକୁ ଯିବେ। ସେଠାରେ ସେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ। ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଛି। ସମୟ ବ‍ଢ଼ିବା ସହ ଆହୁରି ମୃତ୍ୟୁ ସଂଖ୍ୟ ବଢ଼ୁଛି। ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ୯ଶହରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ନେଇ ସମଗ୍ର ଦେଶବାସୀ ଭାଙ୍ଗି ପଡ଼ିଥିବା ବେଳେ ବିଭିନ୍ନ ମହଲୁ ଶୋକପ୍ରକାଶ  କରାଯାଇଛି। 

Balasore TrainAccidentInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe