Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି କାହିଁକି ଘଟିଲା? କାରଣ ଖୋଜୁଛି ସିବିଆଇ

ସିବିଆଇ ଟିମ୍‌ ରେଲୱେ ଟ୍ରାକ, ରିଲେ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ପ୍ୟାନେଲ୍‌ ବୋର୍ଡର ତନଖି କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି।

Balasore

Balasore

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି କାହିଁକି ଘଟିଲା? ଏହାର କାରଣ ଖୋଜୁଛି ସିବିଆଇ। ତଦନ୍ତର ପ୍ରଥମ ଦିନରେ ଅର୍ଥାତ ମଙ୍ଗଳବାର ଦୁଇ ଦଫାରେ ଦୁଇଥର ଦୁର୍ଘଟଣାସ୍ଥଳରେ ସରଜମିନ ଯାଞ୍ଚ କରିଥିଲା। ଆଜି ପୁଣି ଥରେ ବାହନଗା ଷ୍ଟେସନ ବଜାରରେ ସେଣ୍ଟ୍ରାଲ ଫରେନସିକ ଟିମ୍‌ ଓ ଟେକନିକାଲ ଟିମ୍ ସହ ଖୋଳତାଡ଼ କରିଛି ସିବିଆଇ। ଏଥିସହ ଘଟଣା ଦିନ ସିଗନାଲ ଓ ପ୍ୟାନେଲ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଫୋନ ସିଜ୍‌ କରି କଲ ରେକର୍ଡ ଓ ହ୍ୱାଟ୍ସଆପ୍‌ ଚାଟ୍ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

Advertisment

ଆଜି ଦ୍ୱିତୀୟ ଦିନରେ ସିବିଆଇ ଟିମ୍‌ ରେଲୱେ ଟ୍ରାକ, ରିଲେ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ପ୍ୟାନେଲ୍‌ ବୋର୍ଡର ତନଖି କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି। ଏଥିସହ ବାହାନଗା ଷ୍ଟେସନ ମାଷ୍ଟର, ଷ୍ଟେସନ ମ୍ୟାନେଜର, ରିଲେ ରୁମର ସିଗନାଲ ମେଣ୍ଟରଙ୍କ ସମେତଙ୍କୁ ଗୁଡ଼େଇ ତୁଡ଼େଇ ପଚରା ଉଚରା କରାଯାଇଛି। ଦୁର୍ଘଟଣା ଦିନ ଯେଉଁ ଯେଉଁ କର୍ମଚାରୀମାନେ ଦାୟିତ୍ୱରେ ଥିଲେ, ସେମାନଙ୍କର ଫୋନ ସିଜ୍ କରାଯିବା ସହ କଲ ରେକର୍ଡ ଓ ହ୍ୱାଟ୍ସ ଚାଟିଂ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତଦନ୍ତକାରୀ ଟିମର ଫୋକସ ଷଡ଼ଯନ୍ତ୍ର ଦିଗ ଉପରେ ରହିଛି। ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଆଉ ହେଇନି ତ ଏତେବଡ଼ ଟ୍ରାଜେଡି? ଯଦି ଏହା ସତ୍ୟ, ତା’ହେଲେ ଏଥିରେ ଜଣେ ନା ଏକାଧିକ ସଂପୃକ୍ତି ରହିଛି? କାରଣ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଦୁଇ ଲୋକୋ ପାଇଲଟ୍ ଗ୍ରୀନ ସିଗ୍ନାଲ ଥିବାରୁ ଟ୍ରେନ୍ ଲୁପ ଲାଇନକୁ ଯାଇଥିଲା ବୋଲି ସୂଚନା ଦେଇସାରିଛନ୍ତି। ତା’ହେଲେ ଏଠି ପ୍ରଶ୍ନ, ତ୍ରୁଟି ରହିଲା କେଉଁଠି? ସାଧାରଣତଃ ଇଲେକ୍ଟ୍ରନିକ୍ ଇଣ୍ଟରଲକିଂ ଜରିଆରେ ଟ୍ରେନ୍ ଟ୍ରାକର ଦିଗ ବଦଳିଥାଏ। ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ଯିବା ପାଇଁ ସିଗନାଲ ମଧ୍ୟରେ ସମନ୍ୱୟ ରଖିଥାଏ ଇଣ୍ଟରଲକିଂ ସିଷ୍ଟମ୍। ଏଥିସହ ରେଳ ଧାରଣାରେ ଅନ୍ୟ ଟ୍ରେନ୍ ଅଛି କି ନାହିଁ, ସେ ସଂପର୍କରେ ସୂଚନା ଦେଇଥାଏ। ତେଣୁ ଜାଣିଶୁଣି କେହି ଏ ସିଷ୍ଟମ ସହ ଗଡ଼ବଡ଼ି କରିଥିବାର ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା। ଅପରପକ୍ଷେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ଦୁଇ ଲୋକୋପାଇଲଟଙ୍କୁ ଏପର୍ଯ୍ୟନ୍ତ ସିବିଆଇ ପଚରାଉଚରା କରିନାହିଁ। ଉଭୟଙ୍କ ଅବସ୍ଥା ଏବେ ଭଲ ଥିବାରୁ ଘଟଣାସ୍ଥଳ ଯାଞ୍ଚ ସାରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲୋକୋ ପାଇଲଟଙ୍କୁ ମଧ୍ୟ ପଚରାଉଚରା କରିବାର ସମ୍ଭାବନା ରହିଛି।

Advertisment
Balasore CBI BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe