Advertisment

ଛୁଇଁ ଦେଲେ ବୋଲି ବହେ ଛେଚିଲେ, ଉଠବସ କରାଇଲେ

ମଦ୍ୟପ ଜଣକ ମାଡ଼ ଖାଉଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଉନଥିଲା। ଖାଲି ମଝିରେ ମଝିରେ କହୁଥିଲା, ମୋତେ ମାରିବୁ ତ ମାର୍‌। ମୁଁ କାହିଁକି ମନା କରିବି। ମୁଁ ଗାଲ ଦେଖାଇ ଦେଉଛି। ତୁ ଯେତେ ପିଟୁଛୁ ପିଟ୍‌। କିନ୍ତୁ ମୁଁ କିଛି ଭୁଲ୍‌ କରିନାହିଁ।

ଅଦ୍ୟତନ ହୋଇଛି
Balasore

Balasore

Advertisment

ମହିଳାଙ୍କୁ ଛୁଇଁଲେ ଓ ଅଶ୍ଲୀଳ ଇଙ୍ଗିତ କଲେ ବୋଲି ବହେ ଛେଚା ଖାଇଲେ। ଉଠବସ ହେଲେ। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ମହିଳା ଯମକୁଣ୍ଡା ବଜାରକୁ ଆଜି ମଧ୍ୟାହ୍ନରେ ମାର୍କେଟିଂ କରିବାକୁ ଆସିଥିଲେ। ସେ କିଣାକିଣି କରୁଥିବା ବେଳେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କ ଦେହରେ ହାତ ମାରିଦେଇଥିଲା। ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲା। ଏହା ପରେ ଚିହିଁଙ୍କି ଉଠିଥିଲେ ମହିଳା ଜଣକ। ତା’ପରେ ନିଜ ପାଦରୁ ଚପଲ ଖୋଲି ବିଚ୍‌ ରାସ୍ତାରେ ସମ୍ପୃକ୍ତ ମଦ୍ୟପକୁ ବହେ ଛେଚିଥିଲେ। ଗୋଡ଼ାଇ ତୋଡ଼ାଇ ପିଟିଥିଲେ। ସର୍ବ ସମ୍ମୁଖରେ ଉଠବସ କରାଇଥିଲେ।

ମଦ୍ୟପ ଜଣକ ମାଡ଼ ଖାଉଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଉନଥିଲା। ଖାଲି ମଝିରେ ମଝିରେ କହୁଥିଲା, ମୋତେ ମାରିବୁ ତ ମାର୍‌। ମୁଁ କାହିଁକି ମନା କରିବି। ମୁଁ ଗାଲ ଦେଖାଇ ଦେଉଛି। ତୁ ଯେତେ ପିଟୁଛୁ ପିଟ୍‌। କିନ୍ତୁ ମୁଁ କିଛି ଭୁଲ୍‌ କରିନାହିଁ। ହେଲେ ଏ କଥା କହିବା ପରେ ମଧ୍ୟ ମହିଳା ଜଣକ ଆହୁରି ପିଟୁଥିବା ଓ ଗାଳି ଦେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓ ମୋବାଇଲ୍‌ରୁ ମୋବାଇଲ ଘୁରି ବୁଲୁଛି। କିନ୍ତୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। 

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe