Advertisment

ସ୍ୱାମୀ ଆଗରେ ଚାପିଦେଲା ବସ୍‌

ସୁକାନ୍ତି ନିଜ ଭଉଣୀ ଘର ବାଦାମପାହାଡ଼କୁ ୧୫ ଦିନ ହେବ ବୁଲିବାକୁ ଯାଇଥିଲେ। ଆଜି ସକାଳେ ନିଜ ପୁତୁରାର ବସ୍‌ରେ ଫେରିଥିଲେ।

Road accident

Road accident

Advertisment

୧୫ ଦିନ ହେବ ସ୍ତ୍ରୀ ଭଉଣୀ ଘରକୁ ବୁଲି଼ବାକୁ ଯାଇଥିଲେ। ଆଜି ଘରକୁ ଫେରୁଥିଲେ। ଏନେଇ ସ୍ୱାମୀ ସ୍ତ୍ରୀକୁ ନେବା ପାଇଁ ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ସ୍ତ୍ରୀ ଆସିଲେ ତାକୁ ଘରକୁ ନେଇଯିବେ। ଅନ୍ୟପଟରେ ଘରେ ମଧ୍ୟ ପୁଅଝିଅ  ମା’ର ବାଟକୁ ଚାତକ ପରି ଅନାଇ ବସିଥିଲେ। ହେଲେ ଗୋଟଏ ମିନିଟ୍‌ରେ ସମସ୍ତଙ୍କ ଆଶା ଧୂଳିସାତ ହୋଇଗଲା। ଯେଉଁ ବସ୍‌ରେ ମହିଳା ଓହ୍ଲାଇଥିଲେ ସେହି ବସ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏଭଳି ଘଟଣା ଘଟିଛି ବାଲେଶ୍ୱର ଝିଲ୍ଲା ରେମୁଣା ଗୋଲେଇ ଛକରେ। ମୃତ ମହିଳା ଜଣଙ୍କ ସୁକାନ୍ତି ବେହେରା। ସୁକାନ୍ତିଙ୍କ ସ୍ୱାମୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ସୂଚନା ମିଳିଛି। ସୁକାକ୍ତିଙ୍କ ଘର ରେମୁଣାର ଖୁସାଲିଗଞ୍ଜରେ ବୋଲି ଜଣାପଡ଼ିଛି। 

ସୁକାନ୍ତି ନିଜ ଭଉଣୀ ଘର ବାଦାମପାହାଡ଼କୁ ୧୫ ଦିନ ହେବ ବୁଲିବାକୁ ଯାଇଥିଲେ। ଆଜି ସକାଳେ ନିଜ ପୁତୁରାର ବସ୍‌ରେ ଫେରିଥିଲେ। ସୁକାନ୍ତିଙ୍କୁ ନେବା ପାଇଁ ସ୍ୱାମୀ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ସୁକାନ୍ତି ରେମୁଣା ଗୋଲେଇ ଛକରେ ବସ୍‌ରୁ ଓହ୍ଲାଇ ସ୍ୱାମୀଙ୍କ ପାଖକୁ ଯିବା ପାଇଁ ରାସ୍ତାପାର ହେଉଥିଲେ। ଏହି ସମୟରେ ଯେଉଁ ବସ୍‌ରେ ସୁକାନ୍ତି ଆସିଥିଲେ, ସେହି ବସ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ସୁକାନ୍ତିଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ଓ ଘଟଣାର ତଦନ୍ତ କରୁଛି। ସୁକାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି।

Odisha Police Road Accident Balasoe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe