Advertisment

ସ୍ୱାମୀର ଏସ୍‌ଡି ମାଡ଼ରେ ସ୍ତ୍ରୀ ମୃତ

କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ୟୁ ହୋଇଛି।

representational image

representational image

Advertisment

ସ୍ୱାମୀର ଏସ୍‌ଡି ମାଡ଼ରେ ସ୍ତ୍ରୀ ମୃତ। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରାରେ ସ୍ତ୍ରୀ ସମେତ ୪ ଜଣଙ୍କୁ ସ୍ୱାମୀର ଏସିଡ୍ ମାଡ଼ ଘଟଣାରେ ଆସିଛି ଏହି ଦୁଃଖ ଖବର। କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ୟୁ ହୋଇଛି। ଗତ ୨୦ରେ ଏହି ଏସ୍‌ଡି ମାଡ଼ ଘଟଣା ଘଟିଥିଲା। ସେପଟେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ୱାମୀ ଚନ୍ଦନ ରଣା ଏବେ ବି ଫେରାର୍ ଥିବା ବେଳେ ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ମୃତକ ଜଣକ ଅବନ୍ତୀ ସିଂହ।

Advertisment

ଚନ୍ଦନ ପାରିବାରିକ ଅସନ୍ତୋଷକୁ ନେଇ ଦ୍ୱିତୀୟ ପତ୍ନୀ ଅବନ୍ତୀ, ଶାଳୀ ଓ ଦୁଇ ଛୋଟ ପିଲାଙ୍କୁ ଏସିଡ ମାଡ଼ କରିଥିଲା। ଘଟଣାରେ ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି।
ଏନେଇ ଏସ୍‌ପି ସାଗରିକା ନାଥ କହିଛନ୍ତି, ଆଜି ଯେଉଁ ଦୁଇଜଣଙ୍କୁ ଗିରଫ କରାଯାଇଛି ସେମାନେ ମୁଖ୍ୟ ଅଭିଯୁକ୍ତ ସହ ମିଶି ଯୋଜନାବଦ୍ଧ ଭାବେ ଘଟଣା ଘଟାଇଥିଲେ ଏବଂ ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଖସାଇ ଦେବାକୁ ସାହାଯ୍ୟ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ଭିତରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଅବନ୍ତୀଙ୍କ ଉପରେ ଏସ୍‌ଡି ପକାଇବା ଅଭିଯୁକ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଟଣାଓଟରା ଯୋଗୁ ଅନ୍ୟମାନେ ମଧ୍ୟ ଏସ୍‌ଡି ମାଡ଼ର ଶିକାର ହୋଇଥିଲେ।

ସେପଟେ ଏବେବି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବନ୍ତିଙ୍କ ବଡ଼ ଭଉଣୀ ଓ ଦୁଇ ଶିଶୁ ଚିକିତ୍ସିତ ଅଛନ୍ତି।

Advertisment
Crime Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe