Advertisment

ମେଲଣ ଦେଖିବାକୁ ଆସିଥିଲେ, ଡିଜି ତଳେ ଚାଲିଗଲା ଜୀବନ

ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଲୋକ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲଗାଇ ଦେଇଥିଲେ।

Accident

Accident

Advertisment

ମେଲଣ ଦେଖି ଘରକୁ ଫେରିବା ବେଳେ ଏକ ଡିଜି ତଳେ ଚାପି ହୋଇ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ସୋର ଥାନା କାନପୁର ଛକରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା।

Advertisment

ମୃତ ମହିଳାଙ୍କ ନାଁ ଉର୍ମିଳା ଦାସ। ତାଙ୍କ ଘର କାନପୁର ଗାଁରେ। ସେ ଆଉ ଦୁଇ ଜଣଙ୍କ ସହିତ ମେଲଣି ଦେଖି ଘରକୁ ଫେରୁଥିଲେ। ଗାଁ ଛକ ଦେଇ ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ।

ସୋରରୁ କୁପାରୀ ଅଭିମୁଖେ ଏକ ପିକ୍‌ଅପ୍‌ ଗୋଟିଏ ଡିଜିକୁ ଟାଣି ଟାଣି ନେଉଥିଲା l ହେଲେ କାନପୁର ଛକ ନିକଟରେ ହଠାତ ପିକ୍‌ଅପ୍‌ରୁ ଡିଜିଟି ଅଲଗା ହୋଇଯାଇଥିଲା ଓ ଉର୍ମିଳାଙ୍କ ଉପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହିତ ଯେଉଁ ଦୁଇ ଜଣ ଥିଲେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ଏହି ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପିକ୍‌ଅପ୍ ଭ୍ୟାନ୍‌ଟିକୁ ପିଟି ଭାଙ୍ଗାରୁଜା କରିବା ସହିତ ପୋଡ଼ି ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ନିଆଁକୁ ଆୟତ୍ତ କରିଥିଲେ। ତେବେ ଲୋକମାନେ ଶବ ରଖି ରାସ୍ତାରୋକ କରିଛନ୍ତି। ସେମାନେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ତହସିଲଦାର, ଆଇଆଇସି ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe