/odisha-reporter/media/post_attachments/uploadimage/library/16_9/16_9_0/River_1680331016.jpg)
River
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବେଣାପୁରା ଘାଟ ନିକଟରୁ ବସ୍ତାରେ ଭର୍ତ୍ତି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ପରିଚୟ ମିଳିନାହିଁ।
Advertisment
ଆଜି ସକାଳେ ସୁବର୍ଣ୍ଣରେଖା ନଦୀ କୂଳରେ ଅନୁଷ୍ଠିତ ହେଉଥିବା ରାଜଘାଟ ବାରୁଣୀ ମେଳାକୁ ଲୋକମାନେ ବୁଲିବାକୁ ଆସିଥିଲେ। ଏହି ସମୟରେ ନଦୀରେ ଏକ ବସ୍ତା ଭାସୁଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ତାଟିକୁ କୂଳକୁ ଆଣି ଖୋଲିଥିଲେ। ଅଖା ଭିତରେ ଜଣେ ମହିଳାଙ୍କ ମୃତଦେହ ଥିଲା।
କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
