Advertisment

ମହିଳାଙ୍କୁ ମାରି ଅଖାରେ ପୂରାଇ ନଦୀକୁ ଫିଙ୍ଗିଦେଲେ!

ସୁବର୍ଣ୍ଣରେଖା ନଦୀ କୂଳରେ ଅନୁଷ୍ଠିତ ହେଉଥିବା ରାଜଘାଟ ବାରୁଣୀ ମେଳାକୁ ଲୋକେମାନେ ବୁଲିବାକୁ ଆସିଥିବା ବେଳେ ନଦୀରେ ମୃତଦେହ ଭାସୁଥିବା ଦେଖିଥିଲେ।

ଅଦ୍ୟତନ ହୋଇଛି
River

River

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବେଣାପୁରା ଘାଟ ନିକଟରୁ ବସ୍ତାରେ ଭର୍ତ୍ତି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମହିଳାଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ ସୁବର୍ଣ୍ଣରେଖା ନଦୀ କୂଳରେ ଅନୁଷ୍ଠିତ ହେଉଥିବା ରାଜଘାଟ ବାରୁଣୀ ମେଳାକୁ ଲୋକମାନେ ବୁଲିବାକୁ ଆସିଥିଲେ। ଏହି ସମୟରେ ନଦୀରେ ଏକ ବସ୍ତା ଭାସୁଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ତାଟିକୁ କୂଳକୁ ଆଣି ଖୋଲିଥିଲେ। ଅଖା ଭିତରେ ଜଣେ ମହିଳାଙ୍କ ମୃତଦେହ ଥିଲା। 

କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Balasore Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe