Advertisment

ଗଛ ପଡ଼ି ଯୁବକଙ୍କ ମୃତ୍ୟୁ, ବର୍ତ୍ତିଲେ ଦୁଇ ଭଉଣୀ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ନେଇଗଲା ଯୁବକଙ୍କ ଜୀବନ। ବାଲେଶ୍ୱର ସହର ଭାସ୍କରଗଞ୍ଜ ରେଲେଓ୍ୱ କଲୋନୀରେ ଘଟିଛି ଏହି ଅଘଟଣ। ଗଛ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କଲୋନୀରେ ମଣ୍ଟୁ ଜେନା ନାମକ ଜଣେ ଯୁବକ ଓ ଦୁଇ ଭଉଣୀ ଆଜି ସକାଳେ ଘର ଭିତରେ ବସିଥିଲେ। ଏତିକି ବେଳେ ପବନ ଜୋରରେ ହେବାରୁ ଏକ ଗଛର ଡାଳ ଭାଙ୍ଗି ଘର ଉପରେ ପଡ଼ି ଯାଇଥିଲା। ଯାହା ଫଳରେ ଗଛ ଡାଳ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଗଛ ପଡ଼ି ଯୁବକଙ୍କ ମୃତ୍ୟୁ, ବର୍ତ୍ତିଲେ ଦୁଇ ଭଉଣୀ

yaas

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ନେଇଗଲା ଯୁବକଙ୍କ ଜୀବନ। ବାଲେଶ୍ୱର ସହର ଭାସ୍କରଗଞ୍ଜ ରେଲେଓ୍ୱ କଲୋନୀରେ ଘଟିଛି ଏହି ଅଘଟଣ। ଗଛ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Advertisment

କଲୋନୀରେ ମଣ୍ଟୁ ଜେନା ନାମକ ଜଣେ ଯୁବକ ଓ ଦୁଇ ଭଉଣୀ ଆଜି ସକାଳେ ଘର ଭିତରେ ବସିଥିଲେ। ଏତିକି ବେଳେ ପବନ ଜୋରରେ ହେବାରୁ ଏକ ଗଛର ଡାଳ ଭାଙ୍ଗି ଘର ଉପରେ ପଡ଼ି ଯାଇଥିଲା। ଯାହା ଫଳରେ ଗଛ ଡାଳ ତଳେ ମଣ୍ଟୁ ଚାପି ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ ଏ ସଂପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ମଣ୍ଟୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଦୁର୍ଘଟଣାରେ ୨ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ସେହିପରି ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ୍‌ ପୂର୍ବରୁ ସକାଳେ ଅଘଟଣ ଥିଲା। ଚାଲି ଚାଲି ଯାଉଥିବା ବେଳେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ଏପରି ଦୁର୍ଘଟଣା ଘଟିଛି। ନୂଆଗାଁ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ସକାଳେ ଚାଲି ଚାଲି ନିକଟସ୍ଥ ମଠକୁ ଯାଉଥିଲେ। ହଠାତ୍‌ ଗୋଟିଏ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

Cyclone Yaas